ରାଉରକେଲା, ୧୫/୦୫/୨୦ (ସନ୍ଧାନ ନିଉଜ) : ସୁନ୍ଦରଗଡରେ ସମସ୍ତ କୋରୋନା ଆକ୍ରାନ୍ତ ରାଉରକେଲାର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଦିନକୁ ଦିନ ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଦମକଳ ବାହିନୀଙ୍କ ଦ୍ବାରା ସହରର ବିଭିନ୍ନ ସ୍ଥାନକୁ ବିଶୋଧନ କରାଯାଇଛି । ପାୱାର ହାଉସ ରୋଡ, ଡେଲିମାର୍କେଟ ଓ ଅନ୍ୟାନ୍ୟ କେତେକ ସ୍ଥାନକୁ ସାନିଟାଇଜ କରାଯାଇଛି ।
ଏହା ସହ ଜିଲ୍ଲବାସୀଙ୍କୁ ଆବଶ୍ୟକ ନଥିଲେ ଘରୁ ନ ବାହାରିବାରୁ ମଧ୍ୟ ପରାମର୍ଶ ଦିଆଯାଇଛି । ବାହାରକୁ ବାହାରିବା ସମୟରେ ମୁହଁରେ ମାସ୍କ ବ୍ୟବହାର କରିବାକୁ କୁହଯାଇଛି । କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ ବ୍ୟବସ୍ଥାକୁ ସୁପରିଚାଳିତ କରିବାକୁ ଉକ୍ତ ଅଞ୍ଚଳର ଲୋକମାନେ ପ୍ରଶାସନକୁ ନିବେଦନ କରିଛନ୍ତି ।