ସାନଭାଇ ଇଟାମାଡରେ ବଡ଼ ଭାଇର ଜୀବନ ଚାଲିଗଲା |

Spread the love

କେନ୍ଦୁଝର(ସନ୍ଧାନ ନ୍ୟୁଜ୍)୧୦/୦୭ (ଲିଙ୍ଗରାଜ ପଣ୍ଡା)-:କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଵିସ୍ତାପାଳ ଗ୍ରାମରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି।ଗ୍ରାମର ଭୀମସେନ ନାୟକ(୫୯)ତାଙ୍କ ବଡ ଭାଇ ଦୀନବନ୍ଧୁ ନାୟକ(୬୩)ଙ୍କୁ ଇଟାରେ ଛେଚି ମାରିଦେଇଛି।

ମିଳିଥିବା ସୂଚନା ଅନୁଯାୟୀ ଭୀମସେନ ନାୟକ ଶୁକ୍ରବାର ଗାଁ ହାଟରୁ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ଝଗଡା କରୁଥିଲା।ଏହାକୁ ତାଙ୍କ ବଡ଼ ଭାଇ ଦୀନବନ୍ଧୁ ପ୍ରତିବାଦ କରିବାରୁ ଭୀମସେନ ଏକ ଇଟାରେ ଦୀନବନ୍ଧୁର କାନ ପାଖରେ ଛେଚି ଦେବାରୁ ଟଳି ପଡି ପ୍ରାଣ ହରାଇଛନ୍ତି। ତେବେ ଦିନବନ୍ଧୁଙ୍କୁ ମାରିବା ପରେ ଭୀମସେନ ମଦ ମାଂସ ଖାଇ ମୃତଦେହ ନିକଟରେ ବସି ଥିଲେ। କେହି ଯଦି ପାଖକୁ ଆସିବ ତାଙ୍କୁ ମଧ୍ୟ ଇଟାରେ ମାରିଦେବି ବୋଲି କହି କୌଣସି ଲୋକକଙ୍କୁ ପାଖକୁ ଆସିବାକୁ ଦେଇ ନ ଥିଲେ।

ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେବାପରେ ନିଶାଶକ୍ତ ଥିବା ଭୀମସେନକୁ ପୋଲିସ କାବୁ କରିନେଇଥିଲେ। ପରେ ଏକ ଆମ୍ବୁଲାନ୍ସ ଦ୍ବାରା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ମୃତଦେହ ନିଆଯାଇ ବ୍ୟବଚ୍ଛେଦ କରାଯାଇଛି। ଆଜି ସକାଳେ ମୃତ ଦିନବନ୍ଧୁ ପରିବାର ପକ୍ଷରୁ ଥାନାରେ ଏତଲା ଦିଆ ଯାଇଥିଲା। ଏହାକୁ ଭିତ୍ତିକରି ସଦର ଥାନା ଅଧିକାରୀ ଜୟନାରାୟଣ ଖଣ୍ଡେଇ ଭୀମସେନକୁ ଅଟକ ରଖିଛି |

Related Posts

About The Author

Add Comment