ସାନଦୁନ୍ଦୁ ଟ୍ରାନ୍ସଫର୍ମର ପାଖରୁ ଅଜଣା ଯୁବକର ମୃତଦେହ ଉଦ୍ଧାର

Spread the love
ରାଇରଙ୍ଗପୁର, ୦୭/୧୦/୨୦୨୧ (ସନ୍ଧାନ ନିଉଜ) : ମୟୂରଭଂଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ସାନଦୁନ୍ଦୁ ଗ୍ରାମର ଧାନଖେତ ପାଖରେ ଥିବା ଟ୍ରାନ୍ସଫରମ ପାଖରୁ ଅଜଣା ଯୁବକର ମୃତଦେହ ଉଦ୍ଧାର କରିଛି ବହଳଦା ଥାନା ପଲିସ୍। ସୂଚନା ଅନୁସାରେ ସକାଳୁ ସାନଦୁନ୍ଦୁ ଗ୍ରାମର ଲୋକେ ଟ୍ରାନ୍ସଫର୍ମର ନିକଟ ଧାନଖେତ ମଧ୍ୟରେ ଜଣେ ଅଜଣା ଯୁବକର ମୃତଦେହ ପଡିଥିବା ଦେଖିବାକୁ ପାଇ ବହଳଦା ଥାନାକୁ ସୂଚନା ଦେଇଥିଲେ। ସୂଚନା ପାଇ ବହଳଦା ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛନ୍ତି। ତେବେ ମୃତ ଯୁବକର ପରିଚୟ ଜଣା ପଡି ନଥିବାବେଳେ ମୃତଦେହ ନିଟରେ ଟ୍ରାନ୍ସଫର୍ମର ର ଇନ୍ସୁଲେଟର ହେଡ୍ ପଡିଥିବାରୁ ବୈଦୁତିକ ଯନ୍ତ୍ରପାତି ଚୋରି ଉଦ୍ଧେଶ୍ୟରେ ଆସି ବିଦ୍ୟୁତ୍ ଆଘାତରେ ମୃତ୍ୟୁ ବରଣ କରିଥିବା ଅନୁମାନ କରାଯାଉଛି। ଏନେଇ ବହଳଦା ଥାନାରେ ୧୧/୨୧’ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଜାରି ରଖିବା ସହିତ ଯୁବକର ପରିଚୟ ସନ୍ଧାନରେ ବହଳଦା ଥାନା ପୋଲିସ୍ ବିଭିନ୍ନ ଦିଗରେ ଯୋଗାଯୋଗ ଚଲାଇଥିବା ଜଣାପଡିଛି।

Related Posts

About The Author

Add Comment