ସାଧୁଙ୍କୁ ହତ୍ୟା: ଗିରଫଙ୍କ ମଧ୍ୟରେ ମୁସଲିମ ନାହାନ୍ତି

Spread the love
ମୁମ୍ବାଇ ୨୩/୦୪ (ସନ୍ଧାନ ନିଉଜ) : ମହାରାଷ୍ଟ୍ରର ପାଲଘର ସାଧୁଙ୍କ ହତ୍ୟା ଘଟଣାରେ ପୋଲିସ ୧୦୧ ଜଣଙ୍କୁ ଗିରଫ କରିଛି। ମୁସଲିମ ସଂପ୍ରଦାୟର ଲୋକମାନେ ହିନ୍ଦୁ ଧର୍ମଗୁରୁମାନଙ୍କୁ ପିଟିପିଟି ହତ୍ୟା କରିଥିବା କେତେକ ଜାତୀୟ ଗଣମାଧ୍ୟମ ଖବର ପ୍ରକାଶ କରିଥିଲେ। ସୋଶାଲ ମିଡିଆରେ ମଧ୍ୟ ପ୍ରଚାର କରାଯାଇଥିଲା। ହେଲେ ଏହି ଘଟଣାରେ ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ କେହି ମୁସଲିମ ନଥିବା ଜଣାପଡିଛି। ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନୀଲ ଦେଶମୁଖ କହିଛନ୍ତି ବିଜେପି ଏହି ଘଟଣାକୁ ସାଂପ୍ରଦାୟିକ ରଙ୍ଗ ଦେବାକୁ ଚେଷ୍ଟା କରୁଥିଲା। କିନ୍ତୁ ମୁଁ ଏଠି କହିବାକୁ ଚାହେଁ ଏଯାଏ ଗିରଫ ହୋଇଥିବା ୧୦୧ ଜଣ ଦୁର୍ବୃତ୍ତଙ୍କ ମଧ୍ୟରେ ଜଣେ ହେଲେ ମୁସଲିମ ନାହାନ୍ତି।

Related Posts

About The Author

Add Comment