ସୁନ୍ଦରଗଡ ତା:୧୯/୮/୨୦୨୫( ସନ୍ଧାନ ନ୍ୟୁଜ/ରାଜୁ ପଟେଲ) ବର୍ଷ ବର୍ଷ ଧରି ଚାଲି ରହିଛି ଜମି ବିବାଦ ।କୋର୍ଟର ରାୟ ଦେଲାପରେ ମଧ୍ୟ ଅନ୍ତର୍ଭୁକ୍ତ ତହସିଲ କର୍ମଚାରି ସହିତ ବିଭାଗୀୟ କତ୍ରୁପକ୍ଷ ମନମୁଖି କାର୍ଯ୍ୟ ବିଭିନ୍ନ ମୌଜାର ଘରଡିହ ଜମି ସହିତ ଚାଷ ଜମି ଭାଗରେ ଦେଖିବାକୁ ମିଳୁଛି ବ୍ୟତିକ୍ରମ । ସୂଚନା ଅନୁସାରେ ଭାଷ୍ମା ଥାନା ଅନ୍ତର୍ଗତ ଲେଫ୍ରିପଡା ତହସିଲର ନୁଆଡ଼ିହି ଗ୍ରାମରେ ବିଗତ ସାତ ବର୍ଷ ରୁ ଚାଲିଛି ଜମି ବିବାଦ । ତା ସାଙ୍ଗକୁ ନୁଆଡିହି ଗ୍ରାମର ଖତିଆନ ନମ୍ୱର- ୨୧୦ ର ଭାଗବଣ୍ଟା ପାଇଁ ଉତ୍ତରାଧିକାରୀ ଙ୍କ ଭାଗବଣ୍ଟା ହୋଇ ଛଅ ଭାଗ ହୋଇଥିବା ବେଳେ ତାହା ଖତିଆନ ର ଉପଯୁକ୍ତ ଅନୁଜାଇ ଜମି ଚିହ୍ନଟରେ ମତଭେଦ ଯୋଗୁଁ ସୁନ୍ଦରଗଡ କୋର୍ଟରେ ତା:୧୬/୯/୨୦୧୫ ରିଖ ରେ ମ୍ୟୁଟେଶନ କେଶ ନମ୍ୱର୍ ୩୨/୨୦୧୫ ରେ କେଶ ରୁଜୁ କରାଯାଇଥିଲା ।ଯାହାର ରାୟ ସୁନ୍ଦରଗଡ ଜିଲ୍ଲା ସଦର କୋର୍ଟ ତା:୨୦/୪/୨୦୧୮ ରେ ପାଟିସନ୍ କେଶ ନମ୍ୱର ୨୫/୨୦୦୬ ରେ ଲେଫ୍ରିପଡା ତହସିଲ କୁ ଅବଗତ କରାଇ ଥିଲେ ।ତା ସହିତ ତା :୨୮/୭/୨୫ ରିଖ ରେ ପ୍ରତ୍ୟେକ ଉତ୍ତରାଧିକାରୀ ଙ୍କୁ ଲେଫ୍ରୀପଡ଼ା ତହସିଲ ଦ୍ଵାରା ଚିଠି ନମ୍ବର ୨୧୭୩ ରେ ଉପଯୁକ୍ତ ଭାଗବଣ୍ଟା ପାଇଁ ଅବଗତ କରା ଯିବା ଉଦ୍ଦେଶ୍ୟରେ ତା:୧୨/୮/୨୦୨୫ ରିଖ ରେ ତହସିଲରେ ଉପସ୍ଥିତ ହେବାପାଇଁ ଅବଗତ କରାଯାଇଥିଲା ।ଯାହାର ସମାଧାନ ଏବେ ପର୍ଯ୍ୟନ୍ତ ବିଚାରାଧୀନ ଥିବା ବେଳେ ଉକ୍ତ ଜମିର ଜଣେ ଉତ୍ତରାଧିକାରୀ ଚୂଡାମଣି ନାଏକ ପିତା ଦୁଖୁ ନାଏକ ଖାତା ନମ୍ୱର ୨୨୮/୧୬୨ ତା:୩୦/୫/୨୦୨୫ ରେ ଜମି ବିକ୍ରି ରେଜିଷ୍ଟ୍ରି ପାଇ ଆବେଦନ କରିଥିବା ବେଳେ ଏହି ଜମି ବିଚାରାଧୀନ ଥିବା କାରଣରୁ ଅନ୍ୟ ଜମି ସମସ୍ତ ଉତ୍ତରାଧିକାରୀ ତା:୧୧/୬/୨୦୨୫ ରିଖ ରେ ସେଇ ବିକ୍ରି ଜମି ରେଜିଷ୍ଟ୍ରି ଖାରଜ ପାଇଁ ଲେଫ୍ରିପଡା ତହସିଲ ରେ ଆବେଦନ କରିଥିଲେ । ଏହି ସମୟରେ ଲେଫ୍ରିପଡା ଉପନିବନ୍ଧକ କାର୍ଯାଲୟ ରେ ତା:୨୨/୭/୨୦୨୫ ରେ ନୂତନ ଭାବେ ଯୋଗ ଦେଇଥିବା କିରାଣୀ, ଦର୍ଲିପାଲି ନୂତନ ଭାବେ ଯୋଗ ଦେଇଥିବା ରାଜସ୍ବ ନୀରିକ୍ଷକ କରୁଣାକର ପ୍ରଧାନ ଓ ତହସିଲ ରେ ବସୁଥିବା ପାଟୁଆଡ଼ିହି ଗ୍ରାମର ଓକିଲ ରାଜୁ ପଟେଲ ତା:୨୫/୭/୨୦୨୫ ରିଖ ରେ ରେଜିଷ୍ଟ୍ରି ଅଫିସର କୁ ପଥଭ୍ରାନ୍ତ କରି ଟଙ୍କା ନେଇ ରେଜିଷ୍ଟ୍ରି କାର୍ଯ୍ୟ କରି ଥିବା ସୂଚନା ମିଳିଛି । ଜମିର ପୂର୍ବ ଆବେଦନଅନୁଯାୟୀ ଜମି ଉପଯୁକ୍ତ ନ ଚିହ୍ନଟ ହେବା ପୂର୍ବରୁ ଜମି କିଣାବିକା କାର୍ଯ୍ୟ ହେବା ପ୍ରଶାସନ କାର୍ଯ୍ୟ ପ୍ରଶ୍ନ ଘେରରେ ରହିଥିବା ସହିତ ସରକାରଙ୍କ ଅନୁସାରେ ଏବେ କଲମ -୨ ଚାଲିଥିବା ସମୟରେ ରେଜିଷ୍ଟ୍ରି ସହିତ ନୂତନ ପଟା ତିଆରି ବନ୍ଦ ଥିବା ବେଳେ ଏହା କିପରି ଲେଫ୍ରୀପଡ଼ା ଉପନିବନ୍ଦକ କାର୍ଯ୍ୟକାରୀ କଲେ ତାହା ପ୍ରଶ୍ନ ଘେରରେ ରହିଛି । ସୂଚନା ପାଇ ରେଜିଷ୍ଟ୍ରି ଖାରଜ ଆବେଦନ କରିଥିବା ଉତ୍ତରାଧିକାରୀ ପୁଣି ତା:୧୩/୮/୨୫ ରିଖ ରେ ଲେଫ୍ରୀପଡ଼ା ତହସିଲଦାର ଙ୍କୁ ଏହି ବିଷୟରେ ଅବଗତ କରାଇ ପୁଣି ରେଜିଷ୍ଟ୍ରି ଖାରଜ ପାଇଁ ଦରଖାସ୍ତ ଦେଇଥିଲେ । ଲେଫ୍ରୀପଡ଼ା ତହସିଲଦାର ସମସ୍ତ କାର୍ଯ୍ୟକୁ ଅନୁଧ୍ୟାନ କଳା ପରେ ଏହାର ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମତ ଦେଇଥିଲେ ।ଦେଖିବାକୁ ବାକି ରହିଲା ଟଙ୍କା ପାଇଁ ଆଇନର ବାଟ ଆଉ କେତେ ଦୂରରେ ରହିଛି ଓ ତାର ସ୍ଥାୟୀ ସମାଧାନ କେବେ ହେଉଛି ।
ସାତ ବର୍ଷରୁ ଜମି ବିବାଦ ଲେଫ୍ରୀପଡ଼ା ତହସିଲରେ ଚାଲିଥିବା ବେଳେ ,ଉକ୍ତ ଜମିରେ ହେଉଛି ରେଜିଷ୍ଟ୍ରି ସହିତ ପଟା କାର୍ଯ୍ୟ
|
August 19, 2025 |



