ବେତନଟୀ,୦୫.୦୧.୨୦୨୧(ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା):- କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାଜ୍ୟ ସରକାରଙ୍କ ବିଜୁ ପକ୍କାଘର ଯୋଜନା ଗରିବଙ୍କ ନିମନ୍ତେ ଉଦ୍ଦିଷ୍ଟ ଥିବାବେଳେ ସେମାନଙ୍କ ନିମନ୍ତେ ସାତସପନ ପାଲଟିଛି । ଦୀର୍ଘଦିନ ଧରି ଅଭିଯୋଗ କରିଆସୁଥିବା ବେଳେ ମଧ୍ୟ ସୁଫଳ ପାଇପାଇପାରୁ ନାହାଁନ୍ତି କେନ୍ଦୁଆ ଗ୍ରାମର କେତେକ ଖଟିଖୁଆ ପରିବାର । ଖରା, ବର୍ଷା, ଶୀତ ଓ କାକରରେ ବିତୁଛି ଜୀବନ । ଶୁଣିବାକୁ କେହିନାହିଁ ଆପତ୍ତି କଲେ ସିରିଏଲ ପଡିଲେ ମଳିବ, ତୁମ ଲିଷ୍ଟ ବହୁତ ତଳେ ରହିଛି । ଏହିପରି ପଞ୍ଚାୟତରୁ ବ୍ଲକ ପର୍ଯ୍ୟନ୍ତ ସରକାରୀ ବାବୁ ମାନଙ୍କୁ ଗୁହାରୀ କଲେ ମଧ୍ୟ ଫଳ ଶୁନ ହେଉଥିବା ଗ୍ରାମର ସୁଷମା ବେହେରା, ବୁଧୁନି ସିଂ, ଯୁଧୁଷ୍ଠିର ବେହେରା, କୃପା ବେହେରା, ତ୍ରିନାଥ ବେହେରା, ସୋମନାଥ ବେହେରା, ଅନନ୍ତ ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି । ସେମାନେ ସରକାରଙ୍କୁ ସାବତ ସନ୍ତାନ ବୋଲି ନିଜକୁ ଭାବି ଭାଗ୍ୟ ଆଦରି ପଡିରହିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ପଘର ଓ ଚାଷଜମି ଥିବା କେତେକ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସୁବିଧା ପାଇଥିବା ବେଳେ ଭୂମିହୀନଙ୍କ ନିମନ୍ତେ ପକ୍କାଘର ସାତ ସପନ ପାଲଟିଛି । ହୁଡହୁଡ; ଅମନ ଇତ୍ୟାଦି ଲଘୁଚାପ ଜନିତ ବର୍ଷାରେ ସେମାନଙ୍କ ପରିବାର କିଭଳି କଷ୍ଟରେ ଦିନ ରାତିକୁ ଏକ କରି ଗୋଟିଏ କୋଣରେ ବସିରହିଥାନ୍ତି ତାହା କେବଳ ସେମାନେ ଅନୁଭବ କରିଛନ୍ତି । ଏପରିକି ଲଘୁଚାପ ସମୟରେ ସେମାନଙ୍କ ଚୁଲି ମଧ୍ୟ ଜଳିନଥାଏ ବୋଲି ଅଭିଯୋଗ ହୋଇଛି। କେବଳ ଆବାସ ଯୋଜନାରେ ଘର ନୁହେଁ ସେମାନେ ଆଜି ପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପାଇବାରୁ ମଧ୍ୟ ବଞ୍ଚିତ ହୋଇଛନ୍ତି ବୋଲି ଅଭିଯୋଗ କରିବା ସହିତ ଥରେ ନୁହେଁ ଦୁଇ ଦୁଇଥର ଆବେଦନ କରିଥିଲେ ମଧ୍ୟ ସୁଫଳ ମିଳିନାହିଁ । ବାରମ୍ବାର ଆବେଦନ କରିବା ପରେ ମଧ୍ୟ ଘରଡିହ ପଟା ନମିଳିବାରୁ ସେମାନଙ୍କୁ ସରକାରୀ ସୁବିଧା ପାଇବାରୁ ବଞ୍ଚିତ କରାଯାଇଛି ବୋଲି ଉକ୍ତ ପରିବାର ଅଭିଯୋଗ କରିଛନ୍ତି । ଆବାସ ଯୋଜନାରେ ସରକାରୀ ବାସଗୃହ ଉପଭୋକ୍ତାଙ୍କୁ ଯୋଗାଇ ଦେବା ନିମନ୍ତେ କେନ୍ଦୁଆ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ସୀତାନାଥ ବେହେରା ବେତନଟୀ ତହସିଲ ଓ ବ୍ଲକ କାର୍ଯ୍ୟାଳୟକୁ ଯାଇ ଅଧୁକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ପଲିଥିନ ତଳେ ଜୀବନ ବିତାଉଥିବା ଉକ୍ତ ବିପନ୍ନ ପରିବାରକୁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହେଉଛି । ଏ ସମ୍ପର୍କରେ ବିଡିଓ ସ୍ମୃତିରଞ୍ଜନ ମଲ୍ଲିକଙ୍କ ସହ ଯୋଗାଯୋଗ କରିବାରୁ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା ।
ସାତସପନ ଆବାସ ଯୋଜନା , ପଲିଥିନ ତଳେ ଜୀବନ
|
January 5, 2021 |