ନୂଆଦିଲ୍ଲୀ, ୫/୧୦ (ସନ୍ଧାନ ନିଉଜ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବଶୀଘ୍ର ସାଉଦି ଆରବ ଗସ୍ତ କରିବେ। ଏହି ଅବସରରେ ସେ ସାଉଦି ଯୁବରାଜ ମହମ୍ମଦ ବିନ ସଲମାନଙ୍କ ସହିତ ଦ୍ବିପାକ୍ଷିକ ବୈଠକରେ ଆଲୋଚନା କରିବେ। ଏହା ସହିତ ପ୍ରଧାନମନ୍ତ୍ରୀ ସାଉଦି ରାଜଧାନୀ ରିୟାଦରେ ଅନୁଷ୍ଠିତ ହେବାକୁ ଥିବା ନିବେଶ ଶିଖର ସମ୍ମିଳନୀରେ ଯୋଗଦେବାର ସମ୍ଭାବନା ରହିଛି। କିନ୍ତୁ ମୋଦୀଙ୍କ ଏହି ଗସ୍ତକୁ ନେଇ ବର୍ତ୍ତମାନ ସୁଦ୍ଧା ସରକାରୀ ଭାବେ କୌଣସି ଘୋଷଣା କରାଯାଇ ନାହିଁ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସାଉଦି ଆରବ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଲାଗି ସେ ସେଠାରେ ପୂର୍ବ ପ୍ରସ୍ତୁତି କରୁଥିବା ଜଣାପଡ଼ିଛି। ଡୋଭାଲ ନିଜ ଗସ୍ତ ସମୟରେ ସାଉଦି ଆରବର ନେତାମାନଙ୍କ ସହିତ ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରିଛନ୍ତି। ସେହିପରି ଜାମ୍ମୁ-କାଶ୍ମୀରରୁ ଧରା ୩୭୦ ଉଚ୍ଛେଦ ନେଇ ଭାରତର ନିଷ୍ପତ୍ତି ବିଷୟରେ ସାଉଦି ନେତୃବୃନ୍ଦମାନଙ୍କୁ ବୁଝାଇଛନ୍ତି। ସାଉଦି ନେତାମାନେ ଭାରତର ଏହି ନିଷ୍ପତ୍ତିକୁ ବୁଝିଛନ୍ତି ବୋଲି ଡୋଭାଲଙ୍କୁ ଜଣାଇଛନ୍ତି।
ସାଉଦି ଆରବ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
|
October 5, 2019 |
