ସାଇ ନରସିଂ ହୋମ ରେ ଆଦିବାସୀ ଡାକ୍ତରଙ୍କୁ ମାଡ ଘଟଣାର ୨୦ ଦିନ ବିତିଲା; ପୋଲିସ ହାତ ଖାଲି

Spread the love

ବାରିପଦା ୨୪ /୦୬ (ସନ୍ଧାନ ନିଉଜ)  ସ୍ଥାନୀୟ ସାଇ ନରସିଂ ହୋମର ବରିଷ୍ଟ ଅସ୍ଥିସଲ୍ୟ ବିଷେରଜ୍ଞ ଡ.ପରମେଶ୍ୱର ସିଂ କୁ ସପୃକ୍ତ ନରସିଂ ହୋମର କତୃପକ୍ଷ ଲକ୍ଷ୍ମୀକାନ୍ତ ପତି ଓ ଏଶୌଯ୍ୟାରାଜି ପତି ଗାଳି ଗୁଲଜ ପିଟା ମରା ଓ ଧମକ ଆଦି ଦେଇ ଥିବା ଅଭି୍େୟାଗ ନେଇ ବାରିପଦା ଟାଉନ ଥାନାରେ ରୁଜୁ ହୋଇଥିବା ମାମଲାର ୨୦ ଦିନ ବିତି ଯାଇଥିଲେ ସୁଧା ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯ୍ଧବନଥିବା ପ୍ରତିବାଦରେ ଜନଜାତି ସୁରକ୍ଷା ମଞ୍ଚ ଓଡିଶାର ମୟୂରଭଞ୍ଜ ସାଖା ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପ୍ରଦାନ କରା୍ୟାଇଛି । ତତ୍ ସହିତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବୀକରାଯିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଞ୍ଚ ପକ୍ଷରୁ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ମଞ୍ଚ ପକ୍ଷରୁ ପୂର୍ବତନ ଉ.ଊ.ଗ.ଙ ଚନ୍ଦନ ମୁର୍ମୁ , ଡଃ ମନୋଗବିନ୍ଦ ସେନାପତି , ଲାଲ ମୋହନ ସିଂ , ସାଇ ଜ୍ୟୋତି ମହାପାତ୍ର , ପରେଶ ସିଂ , ବିନୟ କୁମାର ମହାନ୍ତ , ଘନଶ୍ୟମ ମହାନ୍ତ , ଲିଙ୍ଗରାଜ ମିଶ୍ର ପ୍ରମୁଖ ସାମିଲ ଥିଲେ । ଉଲ୍ଲେଖ ଯୋଗ୍ୟଯେ ଅଭିଯୋଗକାରୀ ଡଃ ସିଂ ଏହି ସୁରକ୍ଷା ମଞ୍ଚ ର ସଭାପତି ଥିବା ସହିତ ବାରିପଦା ଟାଉନ ଥାନାରେ ଗତ ୩ ତାରିଖ ଦିନ ୩୬୦ନଂ ରେ ଏକ ମାମଲା ବିଭିନ୍ନ ଦଫାରେ ରୁଜୁ ହୋଇଅଛି ।
ରିପୋର୍ଟ- ଲିଙ୍ଗରାଜ ପଣ୍ଡା, ବାରିପଦା

Related Posts

About The Author

Add Comment