ସାଇକୋ କିଲର ସନ୍ଦେହରେ ଜଣେ ଅଟକ

Spread the love

କଟକ ୨୯/୭ (ସନ୍ଧାନ ନିୟୁଜ ) ; କିଛିଦିନ ହେବ କଟକରେ ଆତଙ୍କ ଖେଳାଇ ଚାଲିଛି ସାଇକୋ କିଲର । କିଏ ଶୋଇଥିବା ବେଳେ ମାରି ଦେଉଛି ତ ଆଉ କାହାର ବେକ କାଟି ପଳାଉଛି । ତେବେ ଏହାକୁ ନେଇ କଟକ ସହରରେ ଖେଳି ଯାଇଛି ଭୟର ବାତାବରଣ । ଏବେ କିନ୍ତୁ ପୋଲିସକୁ ବଡ ସଫଳତା ମିଳିଥିବା ଶୁଣିବାକୁ ମିଳିଛି । କାରଣ ସାଇକୋ କିଲର ସନ୍ଦେହରେ ପୋଲିସ ଜଣକୁ ଅଟକ ରଖିଛି ।

ଅଟକ ରହିଥିବା ସାଇକୋ କିଲର ହେଲା ନାରାୟଣ ସାହୁ । ତା ଘର ଗଞ୍ଜାମ ଜିଲ୍ଲାରେ ବୋଲି ଜଣା ପଡିଛି । ପୋଲିସ ତା ନିକଟରୁ ମାରଣାସ୍ତ୍ର ଜବତ କରିଛି । ତେବେ ସେହି ବ୍ୟକ୍ତି ସାଇକୋକିଲର କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଅଧିକ ତଦନ୍ତ ହେଲେ ସେହି ବ୍ୟକ୍ତି ସାଇକୋକିଲର କି ନାହିଁ ତାହା ସ୍ପଷ୍ଟ ହେବ । ୫ଟି ଟିମ୍ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଛାନଭିନ୍ ଜାରି ରଖିଥିଲା ପୋଲିସ୍ ।

ଏବେ ପୋଲିସ ଜଣଙ୍କୁ ଅଟକ ରଖିବା ପରେ କଟକରେ ଟିକେ ଭୟ କମିଥିବା ଦେଖିବାକୁ ମିଳିଛି । କାରଣ କିଛିଦିନ ହେବ କେହି କଟକବାସୀଙ୍କ ନିଦ ହଜାଇ ଦେଇଥିଲା । ରାତିରେ ଘରେ ଶୋଇବା ପରେ ଲୋକଙ୍କ ଭୟ ରହୁଥିଲା । ଆଉ ବାହାରକୁ ବାହାରିବାର ନାଁ ଧରୁନଥିଲେ । କାରଣ ଜଣକ ପରେ ଜଣକୁ ମାରି ଦେଉଥିଲା ସାଇକୋ କିଲର । ଏମିତି କି କମିଶନରେଟ ପୋଲିସର ନିଦ ମଧ୍ୟ ହଜି ଯାଇଥିଲା । ରାତି ରାତି ଅନିଦ୍ରା ହୋଇ ପୋଲିସ ପାଟ୍ରୋଲିଂ ଚଳାଇଥିଲା । ତଥାପି ଧରିବାରେ ସକ୍ଷମ ହୋଇନଥିଲା ।

ଗତକାଲି ରାତିରେ ଜଣେ ମହିଳାଙ୍କ ବେକ ମଧ୍ୟ କାଟି ଦେଇଥିଲା । ଯେଉଁ କାରଣରୁ ଆଜି ସକାଳୁ ପୁଣିଥରେ କଟକରେ ଆତଙ୍କ ସୃଷ୍ଟି ହୋଇଥିଲା । ସୂଚନାଯୋଗ୍ୟ, ଜୁଲାଇ ୨୩ ତାରିଖରେ କଟକରେ ଦୁଇଟି ହତ୍ୟାକାଣ୍ଡ ଘଟିଥିବା ବେଳେ ବେଳେ ୨୪ ତାରିଖରେ ଆଉ ଗୋଟିଏ ମୃତଦେହ ମିଳିଥିଲା। ୨୩ ତାରିଖ ରାତିରେ କଟକ ବଡ଼ ଡାକ୍ତରଖାନାର କାର୍ଡିଓଲୋଜି ବିଭାଗ ସମ୍ମୁଖରୁ ଜଣେ ବୃଦ୍ଧକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା ଓ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିଦିନ ସକାଳେ ତାଳଦଣ୍ଡା କେନାଲ ରାସ୍ତା ପାର୍ଶ୍ୱରୁ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା।

ସେହିପରି ତା’ପର ଦିନ ଅର୍ଥାତ୍ ୨୪ ତାରିଖରେ ଓଏମ୍ପି ପାର୍କ ନିକଟରୁ ଆଉ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା। ଏମାନେ ସମସ୍ତେ ଦିନ ମଜୁରିଆ ଥିଲେ ଓ ସମସ୍ତଙ୍କୁ ପାଖାପାଖି ସମାନ ଢଙ୍ଗରେ ହତ୍ୟା କରାଯାଇଥିଲା। ଏସବୁ ହତ୍ୟାକାଣ୍ଡର ବିଭିନ୍ନ ଦିଗକୁ ବିଚାର କଲା ପରେ ପୁଲିସ୍ ଏହା କୌଣସି ସାଇକୋ କିଲର୍ କାମ ହୋଇଥିବ ବୋଲି ସନ୍ଦେହ କରିଥିଲା ଓ ସେ ଦିଗରେ ତଦନ୍ତ ଚଳାଇଥିଲା। ଗତକାଲି ଏନେଇ ପୁଲିସ୍ ଏକ ବଡ଼ ସୁରାକ୍ ମଧ୍ୟ ପାଇଥିଲା।

Report- Prakash Rout, Cuttack

Related Posts

About The Author

Add Comment