ଯାଜପୁର, ୨୩/୧୦/୨୦୨୦ (ସନ୍ଧାନ ନିଉଜ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ନେଉଳପୁର ଠାରେ ଧର୍ମଶାଳା ୟୁଥ୍ ଫର ଆକ୍ସନ ପକ୍ଷରୁ ଭୂବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ସାଂସଦ ଶ୍ରୀମତୀ ଷଢ଼ଙ୍ଗୀ ବାଲେଶ୍ୱର ନିର୍ବାଚନ ପ୍ରଚାର ପାଇଁ ଯାଉଥିବା ସମୟରେ ନେଉଳପୁରରେ ରହିବା ପରେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମସ୍ତ କର୍ମକତ୍ତା ମାନେ ଉପସ୍ଥିତ ଥିଲେ । ପରେ ଅଂଚଳର ବିକାଶ, ରମ୍ଭାଦେବୀ ସ୍ୱାସ୍ଥ୍ୟକେନ୍ଦ୍ରର ଉନ୍ନତି, ଏକ୍ସପ୍ରେସ ଟ୍ରେନ ରହଣୀ, ଓଭରବିଜ୍ର ନିର୍ମାଣ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଦୃଷ୍ଟି ଦେବାକୁ ସାଂସଦଙ୍କୁ ଅନୁରୋଧ କରିଥିଲେ । ଏଥିରେ ଦେବାଶିଷ କର, ପ୍ରକାଶ ରାଉତ, ରାଜେଶ ସାମଲ, ଅନୀଲ ନାୟକ, ଜନ ଦାସ, ଅମର ବେହେରା, ଆଶୁତୋଷ କର, ଆଲୋକ ବାରିକ, ଦଶରଥ ସାମଲ, ଦୀପକ ସାହୁ, ସାଗର ସେଠୀ, ଶୁଭେନ୍ଦୁ ରାମ, ରାଜେନ୍ଦ୍ର ସାମଲ, ସରୋଜ ଗୁଇଁ ପ୍ରମୁଖ ଭେଟିବା ସହିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଖୁବୁଶିଘ୍ର ସାଂସନ ଏହି ଅଂଚଳକୁ ପରିଦର୍ଶନରେ ଆସି ଏହା ଉନ୍ନତି ଉପରେ ଦୃଷ୍ଟି ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି ।
ସାଂସଦ ଅପରାଜିତା ଷଢ଼ଙ୍ଗୀଙ୍କୁ ନେଉଳପୁରରେ ସମ୍ବର୍ଦ୍ଧନା
|
October 23, 2020 |


