୨୩/୫/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ) : ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ମଙ୍ଗସପୁର ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ସାଂସଦ ଜୁଏଲ ଓରାମ ପରିଦର୍ଶନ କରିଥିଲେ ।ଶ୍ରୀଯୁକ୍ତ ଜୁଏଲ ଓରାମଙ୍କ ସହିତ ସୁନ୍ଦରଗଡର ଜିଲ୍ଲା ବିଜେପି ସଭାପତି ତଥା ତଲସରା ବିଧାୟକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇ ସହିତ ସଦର ବିଧାୟିକା କୁସୁମ ଟେଟେ ମଧ୍ୟ ପରିଦର୍ଶନ କରିଥିଲେ । ସୂଚନାରୁ ପ୍ରକାଶ ଯେ ଦୀର୍ଘଦିନ ଧରି ଚିକିତ୍ସାଳୟରେ ଡାକ୍ତରଙ୍କ ଅଭାବ ଲାଗି ରହିଛି । ଚିକିଶାଳୟର ରୋଗୀଙ୍କ ବେଡ଼ ଡାକ୍ତର ଅଭାବରୁ ଖାଲି ପଡ଼ିଛି । କୋବିଡ଼ ସମୟରେ ଏସବୁ ଦୃଶ୍ୟ ଏକ ଅକାଳ ଚଡକ ପଡିଲା ବୋଲି ଚର୍ଚ୍ଚାର ବିଷୟ ପାଲଟିଛି । ଏହା ନେଇ ଗ୍ରାମବାସୀ ଗ୍ରାମବାସୀ ଗତ ଜାନୁଆରୀ ମାସରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲେ ମଧ୍ୟ ଏବେ ସୁଦ୍ଧା ତାର ଉଚିତ ସୁଫଳ ମିଳିପାରି ନାହିଁ । ଅନେକ ଦିନରୁ ଚାରି ଚାରିଟି ଡାକ୍ତରଙ୍କ ପଦବୀ ଖାଲି ପଡି ଥିବାରୁ ଅଞ୍ଚଳବାସୀ ଉପଯୁକ୍ତ ଚିକତ୍ସା ନ ପାଇବା ସହିତ ଅନେକେ ଖର୍ଚ୍ଚରେ ପଡିବା ତଥା ହନ୍ତସନ୍ତ ହେଉଛନ୍ତି ।
ସାଂସଦ ଜୁଏଲ ଓରାମଙ୍କ ମଙ୍ଗସପୁର ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଗସ୍ଥ,ଡାକ୍ତରଙ୍କ ପଦବୀ ଖାଲି ପାଇଁ ଦାବି
|
May 24, 2021 |



