ବୋରିଗୁମ୍ମା,୩/୬ (ସନ୍ଧାନ ନିୟୁଜ), କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ତରଫରୁ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଓ କୋଟପାଡ଼ ବିଧାୟିକା ଶ୍ରୀମତି ପଦ୍ମିନୀ ଦିଆନ ଙ୍କୁ ବୋରିଗୁମ୍ମା ନୂତନ ବସଷ୍ଟାଣ୍ଡ ଠାରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଏକ ବିରାଟ ରାଲି ବାଜା ବାଜଣା ସହ ବାହାରି ଥିଲା ।
ଏହି ରାଲି ରେ ସମସ୍ତ ବିଜେଡି କର୍ମୀ ଯୋଗ ଦେଇଥିଲେ । ବୋରିଗୁମ୍ମା ପୋଲିସ ଙ୍କ କଡା ସୁରକ୍ଷା ରେ ରାଲି ଟି ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଥିଲା । ଶେଷରେ ଶ୍ରୀମତୀ ପଦ୍ମିନୀ ଦିଆନ ବୋରିଗୁମ୍ମା ବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।