ସାଂସଦଙ୍କ ଜାତୀୟ ରାଜପଥ କାର୍ଯ୍ୟସ୍ଥଳ ପରିଦର୍ଶନ

Spread the love

ବାରିପଦା,09/10(ସନ୍ଧାନ ନ୍ୟୁଜ୍) :-  ମୟୂରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜ ପଥ ୧୮ ଓ ୪୯ ର ପ୍ରଶସ୍ତିକରଣ କାର୍ଯ୍ୟ ଜାରି ରହିଛି । ଇଂ ବିଶେଶ୍ଵର ଟୁଡୁ ଜିଲ୍ଲାର ଲାଇଫଲାଇନ କୁହାଯାଉଥିବା ଦୁଇ ଜାତୀୟ ରାଜପଥ ଦ୍ବାରା ଜିଲ୍ଲାବାସୀ କିପରି ଉପକୃତ ହେବେ ସେ ନେଇ ଅନବରତ ଚେଷ୍ଟିତ ଅଛନ୍ତି । ସାଂସଦ ହେବା ଠାରୁ ଏପର୍ଯ୍ୟନ୍ତ ଉକ୍ତ ରାସ୍ତା ନିର୍ମାଣ ପାଇଁ ବିଭିନ୍ନ ସ୍ଥାନରେ ଉପୁଜୁଥିବା ସମସ୍ୟାକୁ ସୂଚାରୁ ରୂପେ ସମାଧାନ କରିଚାଲିଛନ୍ତି । ଜାତୀୟ ରାଜପଥ ନିର୍ମାଣ ପୂର୍ବ ରୁ ହୋଇଥିବା ସର୍ଭେରେ ଜିଲ୍ଲାର ବିଭିନ୍ନ ମୁଖ୍ୟ ସ୍ଥାନ ମାନଙ୍କରେ ଫୁଟ୍ ବ୍ରଜ, ଓଭର ବ୍ରିଜ, ଆଣ୍ଡାରପାସକୁ ସ୍ନାନ ଦିଆ ଯାଇନଥିଲା । ଫଳରେ ଜାତୀୟ ରାଜପଥ ଲୋକଙ୍କ ପାଇଁ ଆଶୀର୍ବାଦ ପରିବର୍ତ୍ତେ ଅଭିଶାପ ସ୍ଵରୂପ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ହୋଇ ଧନ ଜୀବନ ନଷ୍ଟ ହେଉଛି । ତେବେ ବିଭିନ୍ନ ଅଞ୍ଚଳର ଜନସାଧାରଣଙ୍କ ଅନୁଗ୍ରହ କ୍ରମେ ସାଂସଦଙ୍କ ପ୍ରଚେଷ୍ଟାରେ ପୁଣି ଥରେ ସର୍ଭ ହୋଇ ଜିଲ୍ଲାର ମୁଖ୍ୟସ୍ଥାନରେ ବ୍ରିଜ ଓ ଆଣ୍ଡାରପାସ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ମିଳିଛି । ଫଳ ସ୍ବରୂପ ବେତନଟୀ ଠାରେ ଗୋଳାପୋଲ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଥିବା ସହ କୁଇ ଠାରେ ଫୁଟ୍ ବ୍ରଜ, କୁଳିଅଣା ଠାରେ ଆଣ୍ଡାରପାସ, କଳାବାଡିଆ ଠାରେ ବ୍ରିଜ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଜାତୀୟ ରାଜପଥର ଟଙ୍ଗାବିଲା ଓ ଭରବ୍ରିଜ ସମ୍ପୂର୍ଣ୍ଣ ହେବାକୁ ଥିବା ବେଳେ ବିଶୋଇ ଠାରେ ଫୁଟ୍ ବ୍ରିଜ ଓ ଓଭରବ୍ରିଜ ଆରମ୍ଭ ନିର୍ମାଣ କାର୍ଯ୍ୟକୁ ସାଂସଦ କିଛି ଦିନ ତଳେ ନିଜେ ଆଲୋଚନା ମଧ୍ୟ କରିଥିଲେ। କୁଳିଅଣା ଗୋଳାପୋଲ ନେଇ କାର୍ଯ୍ୟାଦେଶ ମିଳି ସାରିଥିବାରୁ ସାଂସଦଙ୍କ ପରମର୍ଶ କ୍ରମେ ଭୂମିପୂଜା କରାଯାଇଥିଲା । ତତ୍ ସହିତ ଶୁକ୍ରବାର ସାଂସଦ ଶ୍ରୀ ଟୁଡ଼ୁ ଉକ୍ତ ଅଞ୍ଚଳ ପରିଦର୍ଶନରେ ଯାଇ ଅଧୁକାରୀଙ୍କ ସହ ଆଲୋଚନା କରି ଥିଲେ । କୁଳିଅଣା ଗୋଳାପୋଲ ଓ କଳାବାଡିଆ ଓଭରବ୍ରିଜର ନସା ପ୍ରସ୍ତୁତ ହେବା ପରେ ଯଥା ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି। କଳାବାଡିଆ ଓ ଭରବ୍ରିଜ ପାଇଁ ଜଙ୍ଗଲ ବିଭାଗରୁ ମଧ୍ୟ ଅନୁମତି ମିଳି ସାରିଛି । ଏଥିପାଇଁ ଏହି ଦୁଇ ଅଞ୍ଚଳବାସୀ ସାଂସଦ ଇଂ ବିଶ୍ଳେଶ୍ବର ଟୁଡ଼ୁଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 

Related Posts

About The Author

Add Comment