ଯାଜପୁର, ୨୪/୦୬ (ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ) ଧର୍ମଶାଳା ବ୍ଲକ ଆଜି ଆଷାଢ଼ ମାସ ଶୁକ୍ଳ ଦ୍ଵିତୀୟା ତିଥି ତଥା ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ।ଏହି ପୁଣ୍ୟ ତିଥି ଅବସରରେ ଚୀନ ସୀମା ଲଦାଖ ର ଗଲୱାନ ଘାଟିରେ ସହିଦ ହୋଇଥିବା ୨୦ ଜଣ ଭାରତୀୟ ବୀର ଯବାନ ଙ୍କୁ ଏକ ଭିନ୍ନ ଶୈଳୀ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ପ୍ରତ୍ୟେକ ବୀର ସହୀଦ ଙ୍କୁ ଚୀର ସ୍ମରଣୀୟ କରିବା ନିମନ୍ତେ ଶ୍ରୀ ଜଗନ୍ନାଥଙ୍କ ପାଖରେ ୨୦ଟି ନିମ୍ବ ଚାରା କୁ ସ୍ୱତନ୍ତ୍ର ରୀତି ରେ ପୂଜାର୍ଚ୍ଚନା କରାଯିବା ସହ ଧର୍ମଶାଳା ଅଂଚଳର କାଗ୍ରତ ପ୍ରହରୀ ସାମ୍ବାଦିକ ମାନଙ୍କ ଦ୍ଵାରା ଚାରା ରୋପଣ କରାଯାଇଥିଲା ।ଏହି କାର୍ଯକ୍ରମଟି ଜେନାପୁର ଥାନା ଅଧିକାରୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ଦାସ ଙ୍କ ତତ୍ୱାବଧାନ ରେ ତଥା ସ୍ଥାନୀୟ ମହାଲକ୍ଷ୍ମୀ ଯୁବ ପରିଷଦ ,ବଣମଲ୍ଲୀ ସାହିତ୍ୟ ସେବା ସଂଗଠନ ଏବଂ ସଚେତନ ନାଗରିକ ମଞ୍ଚ ର ସଦସ୍ୟ ମାନଙ୍କ ଦ୍ଵାରା ଆୟୋଜନ କରାଯାଇଥିଲା ।ପ୍ରଥମେ ସହୀଦ ବୀର ଯବାନ ଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।ପରେ ନିଜେ ଥାନା ଅଧିକାରୀ ଶ୍ରୀଯୁକ୍ତ ଦାସ ଚାରା ରୋପଣ ର ଶୁଭାରମ୍ଭ କରି ସହୀଦ ବୀର ଯବାନ ଙ୍କ ବୀରତ୍ୱ ଏବଂ ଦେଶ ଭକ୍ତି ବିଷୟରେ ଆଲୋକପାତ କରିଥିଲେ ।ଶେଷରେ ଭାରତ ମାତାର ଏହି ବୀର ପୁତ୍ର ମାନଙ୍କର ଜୟଧ୍ଵନୀ ରେ ପରିବେଶ ପ୍ରକମ୍ପିତ ହୋଇଥିଲା ।
ସହିଦ ହୋଇଥିବା ବୀର ଯବାନ ଙ୍କ ସ୍ମୃତି ପାଇଁ ୨୦ ନିମ୍ବ ଚାରା ରୋପଣ
|
June 24, 2020 |
