ଯାଜପୁର,୨୫/୨(ସନ୍ଧାନ ନିଉଜ) ଭଗବାନ ଗୌତମ ବୁଦ୍ଧ ପ୍ରଥମେ ମାନବ ସମାଜକୁ ଶାନ୍ତି ଓ ଅହିଂସାର ଅମୂଲ୍ୟ ଦାନ ପ୍ରଦାନ କରିଥିଲେ । ବହୁବର୍ଷ ପରେ ଜାତିର ପିତା ମହାତ୍ମାଗାନ୍ଧୀ ଏହାକୁ ଅସ୍ତ୍ର କରି ବିଶ୍ୱର ମହାମାନବ ହୋଇଗଲେ । ଶାନ୍ତି ଓ ଅହିଂସାର ସ୍ରଷ୍ଟା ହେଉଛି ଭାରତ । ଏକ ଶାନ୍ତ ସମୃଦ୍ଧ ମାନବ ସମାଜ ପାଇଁ ଭାରତ ହେଉଛି ଯୁଗ ଯୁଗ ଧରି ବିଶ୍ୱକୁ ଦିଗଦର୍ଶନ ଦେଇଛି । ସେଥିପାଇଁ ସନ୍ତ୍ରାସବାଦ, ହିଂସା, ପାଶବିକତାର ଜବାବ ହିଂସାରେ ନଦେଇ ଧୈର୍ଯ୍ୟର ସହଳ ପରିସ୍ଥିତିର ମୁୂକାବିଲା କରୁଛି । ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ମଧୁପୁରଗଡ ପଂଚାୟତ ପଂଚୁବଟୀରେ ଫୁଲୱାମାରେ ସହିଦଙ୍କ ଏକାଦଶାହ ଉପଲକ୍ଷେ ରବିବାର ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ ମତ ପ୍ରକାଶ ପାଇଛି ।
ଏଥିରେ ସହିଦଙ୍କ ଉଦେ୍ଦଶ୍ୟରେ ତିଳ ତର୍ପଣ କରାଯିବା ସହ ଆତ୍ମାର ସଦଗତି ପାଇଁ ସମୁହ ଦୀପଦାନ କରାଯାଇ ଥିଲା । ଏହାପରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳ କହିଥିଲେ ଯେ, ଶନିବାର ଜାତିସଂଘ ସୁରକ୍ଷା ପରିଷଦ ଭାରତର ଆକ୍ରମଣ ନେଇ ଚିନ୍ତା ବ୍ୟକ୍ତ କରିଥିବା ବେଳେ ପାକିସ୍ଥାନର ପୂର୍ବତନ ରାଷ୍ଟ୍ରପତି ମୁସାରଫ ଭାରତ ଉପରେ ଗୋଟିଏ ବୋମା ପକାଇବାର ଭୁଲ କରାଗଲେ ଭାରତ ୨୦ ଟି ବୋମା ପକାଇବ ବୋଲି ଚେତାବନୀ ଦେଇଛନ୍ତି । ଭାରତର ଶକ୍ତି ନେଇ ସମଗ୍ର ବିଶ୍ୱ ଅବଗତ ଥିବା ବେଳେ ଭାରତ କେବଳ ଶାନ୍ତି ଓ ଅହିଂସାର ଜନକ ସାଜିଥିବାରୁ ନିଜର ଧର୍ମ ରକ୍ଷା କରିଛି ବୋଲି କହିଛନ୍ତି । ହେଲେ ଫୁଲୱାମା ନେଇ ଭାରତ କଠୋର ପଦକ୍ଷେପ ଗ୍ରହଣ କରିବ ଏବଂ ଦେଶର ସୁରକ୍ଷା କ୍ଷେତ୍ରରେ କୌଣସି ପ୍ରକାର ବିପଦକୁ ଦେଶ ବରଦାସ୍ତ କରିବ ନାହିଁ । ଧର୍ମଶାଳାର ମାଟି ତଳେ ଆନ୍ତର୍ଜାତୀୟ ସ୍ତରର ବୌଦ୍ଧବିର୍ତ୍ତି ଏବଂ ମଧୁପୁରଗଡର ପ୍ରଜା ଆନେ୍ଦାଳନ ଆଦି ଏ ଅଂଚଳର ବୈଶିଷ୍ଟ୍ୟ । ଏଠାରେ ଯୁବଶକ୍ତି ନିକଟରେ ଏଭଳି ଦେଶପ୍ରେମ ଦେଶ ଆଶା ରଖେ ବୋଲି ସତୀଶ ମତ ପ୍ରକାଶ କରିଥିଲେ । ସମାଜସେବୀ ପ୍ରୀୟଦର୍ଶନ ଧୀରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ ବହୁ ବ୍ୟକ୍ତି ସହିଦ ପରିବାରଙ୍କ ମଙ୍ଗଳ କାମନା କରିଥିଲେ । ଏହି ଅବସରରେ ଅନୁଷ୍ଠିତ ଦେଶାତ୍ମବୋଧ ସଙ୍ଗୀତ ଆସର ଏବଂ ଆଲୋଚନାରେ ଉପସ୍ଥିତ ଥିବା ଲୋକମାନେ ଭାବପ୍ରବଣ ହୋଇ ପଡିଥିବା ସହ ଆଖିରୁ ଲୁହ ନିଗିଡି ପଡୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ଅବସରରେ ପ୍ରସାଦ ସେବନ କରାଯାଇ ଥିଲା ।
report-kulamani