ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟନ

Spread the love

ଭଦ୍ରକ , ୨୮/୧୦ (ସନ୍ଧାନ ନିଉଜ)ଭଦ୍ରକ ଜିଲ୍ଲା ସ୍ବାସ୍ଥ କ୍ଷେତ୍ରରେ ଯୋଡ଼ି ହେଲା ଆଉ ଏକ ନୂତନ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ ଓ ଆରୋଗ୍ୟ କେନ୍ଦ୍ର | ଲୋକମାନଙ୍କୁ ଉନ୍ନତ ସ୍ବାସ୍ଥସେବା ଯୋଗାଇବା ଲକ୍ଷରେ ଆଜି ଭଦ୍ରକ ବ୍ଲକ ଏରେଇଁ ଠାରେ ଏହି ନୂତନ ସ୍ବାସ୍ଥକେନ୍ଦ୍ର ଉଦଘାଟନ ହୋଇଯାଇଛି | ମୁଖ୍ୟ ଅତିଥୀ ଭାବେ ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକ ଯୋଗଦେଇ ସ୍ବାସ୍ଥକେନ୍ଦ୍ରର ଶୁଭ ଉଦଘାଟନ କରିଥିଲେ | ପରେ ଏରେଇଁ ପଞ୍ଚାୟତ ସରପଞ୍ଚ ଅଶ୍ବନୀ ରଣାଙ୍କ ସଭାପତିତ୍ବରେ ଏକ ଜନସଭା ଅନୁଷ୍ଠିତ ହୋଇଥିଲେ | ଜନସାଧାରଣଙ୍କୁ ସ୍ବାସ୍ଥସେବା ଯୋଗାଇବା ଦିଗରେ ଏହି ପ୍ରାଥମିକ ସ୍ବାସ୍ଥକେନ୍ଦ୍ର ସହାୟକ ହେବ | ତେବେ ଲୋକମାନଙ୍କ ସୁବିଧା ଦୃଷ୍ଟିରୁ ବର୍ତ୍ତମାନ ସ୍ଥିତିରେ ଏହି ପ୍ରାଥମିକ ସ୍ବାସ୍ଥକେନ୍ଦ୍ରଟି ଅସ୍ଥାୟୀ ଭାବେ କାର୍ଯ୍ୟ କରିବ | ଖୁବଶୀଘ୍ର ସ୍ବାସ୍ଥକେନ୍ଦ୍ରର ନୂତନ ଗୃହ ନିର୍ମାଣ କରାଯିବ | ଏଥିପାଇଁ ପ୍ରଥମ ପ୍ରଯ୍ୟାୟରେ ୧ କୋଟି ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ମଞ୍ଜୁର ହୋଇଛି ବୋଲି କହିଛନ୍ତି ବିଧାୟକ ସଞ୍ଜିବ ମଲ୍ଲିକ | ଏହି ନୂତନ ସ୍ବାସ୍ଥ କେନ୍ଦ୍ରରେ ଜଣେ ଡାକ୍ତରଙ୍କ ସମେତ ଜଣେ ନର୍ସ, ଜଣେ ଫାରମାଷ୍ଟି, ଜଣେ ଆଟେଣଡାଣ୍ଟ ଓ ଜଣେ ସୁଇପର ରୋଗୀ ସେବାରେ ନିୟୋଜିତ ରହିବେ | ପ୍ରତିଦିନ ସକାଳ ୮ଟାରୁ ମଧ୍ୟାହ୍ନ ୧୨ ଓ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ସ୍ବାସ୍ଥକେନ୍ଦ୍ରରେ ରୋଗୀ ଚିକିତ୍ସା ସୁବିଧା ପାଇପାରିବେ | ଏହି ନୂତନ ପ୍ରାଥମିକ ସ୍ବାସ୍ଥକେନ୍ଦ୍ର ଦ୍ବାରା ୪ଟି ପଞ୍ଚାୟତ ସମେତ ସହରାଞ୍ଚଳର ୩ଟି ଓ୍ବାର୍ଡର ପ୍ରାୟ ୨୫ ହଜାର ଲୋକ ଉପକୃତ ହେବେ ବୋଲି କହିଛନ୍ତି ଏରେଇ ସରପଞ୍ଚ ଅଶ୍ବନୀ ରଣା | ନୂତନ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥକେନ୍ଦ୍ରକୁ ନେଇଁ ସ୍ଥାନୀୟ ଜନସାଧାରଣ ବେଶ ଖୁସି ଥିବା ବେଳେ ତୁରନ୍ତ ପ୍ରାଥମିକ ଚିକିତ୍ସା ମିଳି ପାରିବା ନେଇ ଆଶାବ୍ୟକ୍ତ କରିଛନ୍ତି |

Related Posts

About The Author

Add Comment