ଚଣ୍ଡିଖୋଲ, ୦୯/୦୪(ସନ୍ଧାନ ନିୟୁଜ): ସର୍ବଭାରତୀୟ ସ୍ତରରେ ଆଇଆଇଟି ପ୍ରବେଶିକା ପରୀକ୍ଷାରେ ଚଣ୍ଡିଖୋଲା ସ୍ଥିତ ବାବା ଭୈରବା ନନ୍ଦ ସଂୟ ଶାସିତ ମହାବିଦ୍ୟାଳୟ ଯୁକ୍ତ ୩ବିଜ୍ଞାନ ଗଣିତ ସମ୍ମାନର ଛାତ୍ର ସୌଭାଗ୍ୟ ପୃଷ୍ଟି ସଫତଳା ଅର୍ଜନ କରିଛନ୍ତି । ସେ ସୁଭ୍ରଦାପୁର ନିବାସୀ ସଚିନ୍ଦ୍ର ପୃଷ୍ଟିଙ୍କ ପୁତ୍ର ଅଟନ୍ତି । ସେ ସର୍ବଭାରତୀୟ ସ୍ତରରେ ଏମ,ଏ.ସ (ପିଜି) ନବମ ର୍ୟାଙ୍କରେ ରହି ଏହି କୃତିତ୍ୱ ଅର୍ଜନ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ କଲେଜର ଅଧ୍ୟକ୍ଷ ବିରେନ୍ଦ୍ର କୁମାର ମିଶ୍ର, ସଲିଲ ରାଜ ନନ୍ଦନ ମହାନ୍ତି, ଗବେଷକ ମାନସ କୁମାର ରାଉତ, ଆଇନଜୀବି ଦେବରାଜ ବେହେରା, ଅଧ୍ୟାପକ ଦିଲ୍ଲିପ କୁମାର ନାୟକ, ତପନ କୁମାର ଜେନା, ବିଜୟ କେତନ ସାମଲ ସମେତ ବହୁ ଶେଭେଚ୍ଛୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସର୍ବ ଭାରତୀୟ ଆଇଆଇଟି ପ୍ରବେଶିକା ପରୀକ୍ଷାରେ ସୋଭାଗ୍ୟାଙ୍କୁ ସଫଳତା
|
April 9, 2021 |
