ସର୍ବଭାରତୀୟ ଅଂଶୁମାନ (ସିକୁ) କପ୍ ୫ରୁ

Spread the love

ଧର୍ମଶାଳା, ୪/୧୧ (ସନ୍ଧାନ ନିଉଜ)  : ଜାରକା ସ୍ଥିତ ଅଂଶୁମାନ ମେମୋରିଆଲ ଆନୁକୂଲ୍ୟରେ ୧୦ମ ବାର୍ଷିକ ସର୍ବ ଭାରତୀୟ (ସିକୁ) କପ୍ କ୍ରିକେଟ୍ ଟୁର୍ଣ୍ଣାମେଂଟ ଚଳିତ ମାସ ୫ ତାରିଖଠାରୁ ଆରମ୍ଭ ହେବାକୁ ଯାଉଛି । ସ୍ଥାନୀୟ ଜାରକା ମହୋସôବ ପଡିଆରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟ ନିମନ୍ତେ ପ୍ରସ୍ତୁତି ଶେଷ ହୋଇଛି । ଚଳିତ ବର୍ଷ ଟୁର୍ଣ୍ଣାମେଂଟରେ ରାଜ୍ୟ ବାହାରୁ ୬ଟି ଦଳ ଓ ରାଜ୍ୟ ମଧ୍ୟରୁ ୨ଟି ମୋଟ୍ ୮ଟି କ୍ରିକେଟ ଟିମ୍ ଅଂଶଗ୍ରହଣ କରିବେ । ଏହି ଟୁର୍ଣ୍ଣାମେଂଟ ମଧ୍ୟରେ ୮ ତାରିଖରେ ମହିଳା ପ୍ରଦର୍ଶନୀ କ୍ରିକେଟ୍ ମ୍ୟାଚ୍ ଓ ଆସନ୍ତା ୧୪ ତାରିଖରେ ୨ଟି ଦୃଷ୍ଟିହୀନ କ୍ରିକେଟ ମ୍ୟାଚ୍ ମଧ୍ୟ ଅନୁଷ୍ଟିତ ହେବ । ୧୫ ତାରିଖରେ ଗ୍ରାଣ୍ଡ୍ ଫାଇନାଲ ଖେଳ ଅନୁଷ୍ଠିତ ହେବ । ସେହିପରି ଏକ ମେଗା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଉଦ୍ଘାଟନ ଦିବସରେ ଯାଜପୁର ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଓ ପୂର୍ବତନ ମହିଳା କମିଶନର ସଦସ୍ୟା ତଥା ସମାଜ ସେବିକା ନମ୍ରତା ଚଢ଼ା ଯୋଗଦେବେ ବୋଲି ଟ୍ରଷ୍ଟର ସଂପାଦକ ହିମାଂଶୁ ଶେଖର ସାହୁ ଆଜି ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି ।
ଖେଳସୂଚୀ :-
ତାରିଖ ମ୍ୟାଚ୍
୫- ୧୧-୨୦୧୯ (ମଙ୍ଗଳବାର) ରାଇଜିଂ ଷ୍ଟୁଡେଂଟ ବନାମ ଖଡକ୍ପୁର ରେଳବାଇ
୬-୧୧-୨୦୧୯ (ବୁଧବାର) ସ୍ୱୋଟିଂ ୟୁନିୟନ ଝାଡଖଣ୍ଡ ବନାମ ସୁପର ବେଭାସ ବିଶାଖାପାଟଣା
୭-୧୧-୨୦୧୯ (ଗୁରୁବାର) ପ୍ରଥମ ସେମିଫାଇନାଲ
୮-୧୧-୨୦୧୯ (ଶୁକ୍ରବାର) ଓଡିଶା ମହିଳା ଏକାଦଶ ସୋଲାପୁର ମହିଳା ଟିମ୍ (ମହାରାଷ୍ଟ୍ର)
ରାୟପୁର ମହିଳା ଏକାଦଶ ମଧ୍ୟ ମଧ୍ୟରେ ଲିଗ୍ ମ୍ୟାଚ୍
୯-୧୧-୨୦୧୯ (ଶନିବାର) ମହିଳା ଫାଇନାଲ ମ୍ୟାଚ୍
୧୧-୧୧-୨୦୧୯ (ସୋମବାର) ଆଇଡିଆଇ ସ୍ପୋଟ୍ସର୍୍ ଉତରପ୍ରଦେଶ ବନାମ ଓଡିଶା ପୋଷ୍ଟାଲ
୧୨-୧୧-୨୦୧୯ (ମଙ୍ଗଳବାର) କରିମ୍ ସ୍ମୋର୍ଟ୍ସ୍ ଏକାଡେମୀ ନାଗପୁର ବନାମ ଛତିଶଗଡ ଫରେଷ୍ଟ
୧୩-୧୧-୨୦୧୯ (ବୁଧବାର) ଦ୍ୱିତୀୟ ସେମିଫାଇନାଲ
୧୫-୧୧-୨୦୧୯ (ଶୁକ୍ରବାର) ଗ୍ରାଣ୍ଡଫାଇନାଲ ସରକାରୀ ମାନ୍ୟପଦବିରେ

Related Posts

About The Author

Add Comment