ସରୋଜିନୀଙ୍କ ଆଗୁଆ ଜାମିନ୍ ଖାରଜ

Spread the love

ବାଲେଶ୍ଵର ୩୧/୦୭(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):-ବାଲେଶ୍ଵର ଟାଉନ ବା ଥାନାର ପୂର୍ବତନ ଆଇଆଇସି ସରୋଜିନୀ ନାୟକଙ୍କର ଅଡ଼ିଆ ବଢ଼ିଛି । ଜେରା ପାଇଁ ତାଙ୍କୁ, ଭିଜିଲାନ୍ସ ନୋଟିସ୍ କରିବା ପରେ ସମ୍ଭାବ୍ୟ ଗିରଫଦାରୀକୁ ଏଡାଇବା ଲାଗି ସରୋଜିନୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ । କରିଥିଲେ। ହେଲେ ଆଜି ତାଙ୍କ ଆବେଦନ ଖାରଜ ହୋଇଯାଇଛି। ଫଳରେ ଭିଜିଲାନ୍ସ ତାଙ୍କୁ ଜେରା କରିବାର ବାଟ ଫିଟିଯାଇଛି ।  ଜୁନ ୩୧ ତାରିଖରେ ଏକ ଜମିବାଡ଼ି ମାମଲାର ସମାଧାନ ପାଇଁ ଟାଉନ୍ ଥାନା ବୈରାମନଗର ଅଞ୍ଚଳର ବିଧୁଭୂଷଣ ପାତ୍ରଙ୍କୁ ଟାଉନ ଥାନା ଏଆଇ ବିମଳ ଚନ୍ଦ୍ର କର ଓ ଦଲାଲ ସନ୍ତୋଷ କୁମାର ଦାସ ୧୫ ହଜାର ଟଙ୍କା ମାଗିଥିଲେ। ଆଉ ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ଟଙ୍କା ନେବାବେଳେ ଭିଜିଲାନ୍ସ ଅଧିକାରୀ ଉଭୟଙ୍କୁ ରେଡହ୍ୟାଣ୍ଡ ଧରିଥିଲେ । ଦୁହିଁଙ୍କୁ ଏକାଠି ବସାଇ ଜେରା କରାଯିବା ବେଳେ ଆଇଆଇସି ସରୋଜିନୀ ନାୟକଙ୍କର ସମ୍ପୃକ୍ତି ଥିବା ନେଇ ସେମାନେ କହିଥିଲେ । ସେବେଠାରୁ ଆଇଆଇସି ସରୋଜିନୀ ହଠାତ୍ ବାଲେଶ୍ଵରରୁ ଅଦୃଶ୍ୟ ହୋଇ ଯାଇଥିଲେ। ଭିଜିଲାନ୍ସ ପକ୍ଷରୁ ଯୋଗାଯୋଗ କରାଯାଇଥିଲେ ବି ତାଙ୍କଠାରୁ କୌଣସି ଉତ୍ତର ମିଳିନଥିଲା | ସେପଟେ ନିଜକୁ  ମୋବାଇଲକୁ ବନ୍ଦ ରଖିବା ଫଳରେ ସେ । ଏକପ୍ରକାର ଅପହଞ୍ଚ ହୋଇ ଯାଇଥିଲେ। ଏହାରି  ଭିତରେ ବ୍ୟକ୍ତିଗତ କାରଣ ଦର୍ଶାଇ ପ୍ରଥମେ ୨ଦିନ ଓ ପରେ ୭ ଦିନ ଛୁଟିରେ ରହିଥିଲେ । ତାଙ୍କ  ସହ ଯୋଗାଯୋଗ ଅସମ୍ଭବ ହେବାରୁ ତାଙ୍କୁ ଭିଜିଲାନ୍ସରେ ହାଜର ହେବା ପାଇଁ ଭିଜିଲାନ୍ସ  ଏସ୍‌ପି ସନ୍ତୋଷ ମିଶ୍ର ବାଲେଶ୍ଵର ଜିଲ୍ଲା ଏସ୍‌ପି ସୁଧାଂଶୁ ଶେଖର ମିଶ୍ରଙ୍କୁ ଚିଠି ଲେଖିଥିଲେ । ଏହା  ସତ୍ତ୍ୱେ ବି ସରୋଜିନୀ ହାଜର ହୋଇନଥିଲେ ।  ଏହି ମାମଲାରେ ଭିଜିଲାନ୍ସ ପଟୁ ବିପଦ ଥିବା ଜାଣି ହାଇ ସରୋଜିନୀ ଗତ ୧୪ ତାରିଖରେ ହାଇକୋର୍ଟରେ ଆଗ ଆଗୁଆ ଜାମିନ୍‌ ଆବେଦନ କରିଥିଲେ। ତେବେ ଆଜି ଶୁଣାଣି ବେଳେ ଭିଜିଲାନ୍ସ ତାଙ୍କ ଜାମିନକୁ ବିରୋଧ କରିଥିଲା । ଭିଜିଲାନ୍ସରେ ହାଜର ପାଇଁ ନୋଟିସ୍ କରାଯାଇଥିଲେ ମଧ୍ୟ ସେ ହାଜର ହେଉନାହାନ୍ତି। । ଏହାଛଡ଼ା ଅଭିଯୁକ୍ତଙ୍କ ସହ ଥାନା ଆଇଆଇସିଙ୍କର ସମ୍ପୃକ୍ତି , ସିଡିଆର୍ (ଫୋନ୍ କଲ ୨ ଡିଟେଲ ରିପୋର୍ଟି) ତଥ୍ୟ ମୁତାବକ ଟଙ୍କା କାରବାର  ମାମଲାରେ ଗିରଫ ଦଲାଲ ସହ ସରୋଜିନୀ  ୨୦ରୁ ଅଧିକ ଥର କଥା ହୋଇଥିବା ଦର୍ଶାଇଥିଲା ସ୍ତ୍ର ଭିଜିଲାନ୍ସ । ଏସବୁ ତଥ୍ୟପ୍ରମାଣ ଦାଖଲ ପରେ ହାଇକୋର୍ଟ ତାଙ୍କ ଜାମିନ୍‌କୁ ଖାରଜ କରିଛନ୍ତି ।

Related Posts

About The Author

Add Comment