ସରିଲା ରିମାଣ୍ଡ; ବିଜୟ ଗଲେ ଝାରପଡ଼ା ଜେଲ୍

Spread the love

ଭୁବନେଶ୍ୱର ୬/୧/୨୦୨୦ (ସନ୍ଧାନ ନିୟୁଜ) ଆଇଏଏସ୍ ଅଫିସର ବିଜୟ କେତନ ଉପାଧ୍ୟାୟ ରବିବାର ଜେଲ୍ ଯାଇଛନ୍ତି। ରିମାଣ୍ଡ ସରିବା ପରେ ବିଜୟଙ୍କୁ ଆଜି ଝାରପଡ଼ା ଜେଲ୍ ପଠାଯାଇଛି। ଲକ୍ଷେ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା।

ସୂଚନାଯୋଗ୍ୟ, ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଥିବା ବିଜୟ କେତନ ଏକ ବିଲ୍ ପାସ୍ କରିବା ପାଇଁ ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଜଣାପଡ଼ିଥିଲା। ଖବର ପାଇ ଭିଜିଲାନ୍ସ ତାଙ୍କୁ ଲାଞ୍ଚ ନେଉଥିବା ସମୟରେ ଧରିବା ସହ ତାଙ୍କ ଘର ଉପରେ ଚଢାଉ କରିଥିଲା। ଭିଜିଲାନ୍ସ ପକ୍ଷରୁ ଏକକାଳୀନ ବିଜୟ କେତନଙ୍କ ଅଫିସ ସହ ଅନ୍ୟ କେତେକ ସ୍ଥାନରେ ଚଢାଉ କରାଯାଇଥିଲା। ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ୟ୍ୟକ୍ରମ ଆଧାରରେ ବିଭିନ୍ନ ବ୍ୟକ୍ତିଙ୍କଠାରୁ ନେଇଥିବା ମତାମତରୁ ସୂଚନା ପାଇ ଭିଜିଲାନ୍ସ ତାଙ୍କୁ ଟ୍ରାପ୍ କରିଥିଲା ଓ ତାଙ୍କ ଉପରେ କଡ଼ା ନଜର ରଖିଥିଲା। ଏହାପରେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ବିଜୟଙ୍କ ଜାମିନ ଆବେଦନ ମଧ୍ୟ ଖାରଜ କରିଥିଲେ।

Related Posts

About The Author

Add Comment