ସରସ୍ୱତୀ କଳା ପରିଷଦର  ୧୭ତମ ବାର୍ଷିକ ଉତ୍ସବ ପ୍ରସ୍ତୁତି

Spread the love
 କଟକ 4/3 (ସନ୍ଧାନ ନିଉଜ)  କଟକ ସଦର ଉପକଣ୍ଠ କଳାବିହାର,କନ୍ଦରପୁର ଅଞ୍ଚଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ “ସରସ୍ୱତୀ କଳା ପରିଷଦ”(ଏସକେପି)ର  ୧୭ତମ ବାର୍ଷିକ ଉତ୍ସବ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ପରିଷଦ କାର୍ଯ୍ୟଳୟରେ ଅନୁଷ୍ଠିତ ହୋଇ ଚଳିତ ବର୍ଷ ମାର୍ଚ୍ଚ  ୨୧ ତାରିଖରେ ସରକାରଙ୍କ କରୋନା ଗାଇଡ ଲାଇନ ଅନୁଯାୟୀ ପାଳନ କରାଯିବାକୁ ସ୍ଥିର କରାଯାଇଛି ।  ପରିଷଦ ପକ୍ଷରୁ ସାରସ୍ୱତ ପ୍ରତିଭା ସମ୍ମାନ ପର୍ବ,ପତ୍ରପତ୍ରିକା ଉନ୍ମୋଚନ,ବିଭିନ୍ନ ଦିଗରେ କୃତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ ଆଦି କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି । ଏହି ବୈଠକରେ ପରିଷଦର ସମ୍ପାଦକ ନାଟ୍ୟକାର ଅଶୋକ ପଟ୍ଟନାୟକ, ସଭାପତି ନାରୀନେତ୍ରୀ ପ୍ରତିଭା ଶତପଥୀ,ପ୍ରାଧ୍ୟାପକ ପ୍ରଫୁଲ୍ଲ ଦାସ,ସଂଯୋଜକ ଚକ୍ରବର୍ତ୍ତୀ ଓତା,ଅଭିରାମ ସାହୁ,ସଂଧ୍ୟାରାଣୀ ଦାଶ,କୃଷକ ନେତା ଦୁର୍ଗା ପ୍ରସାଦ ପରିଡ଼ା ସମସ୍ତ ଛାତ୍ର ଛାତ୍ରୀଛାତ୍ରୀ ତଥା ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Related Posts

About The Author

Add Comment