ଧର୍ମଶାଳା ବ୍ଲକ ଗଙ୍ଗାଧରପୁର ପଂଚାୟତର ଇମାମନଗରଗ୍ରାମର ନବକିଶୋର ଜେନାଙ୍କ ପୁଅ ଚେନାଇରୁ ଫେରି ବିରିବାଟି ଠାରେ କରୋନା ସନ୍ଦିଗ୍ଧଙ୍କ ପାଇଁ ହୋଇଥିବା ସଙ୍ଘରୋଧ କେନ୍ଦ୍ରରେ ରହୁଛି । ସେଠାରେ ଚଳିବାପାଇଁ ଗାମୁଛା ନମିଳିବାରୁ ସେ ଘରୁ ଗାମୁଛା ମଗାଇବାରୁ ଏଥିରେ ଉତକ୍ଷିପ୍ତ ହୋଇ ତାଙ୍କୁ ସରପଞ୍ଚଙ୍କ ସ୍ୱାମୀ ମାଡମାରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଧର୍ମଶାଳା ବ୍ଲକ ଗଙ୍ଗାଧରପୁର ପଂଚାୟତ ଅନ୍ତର୍ଗତ ଇମାମନଗର ଗ୍ରାମର ନବକିଶୋର ଜେନା ୰ପି-ଲକ୍ଷ୍ମୀଧର ଜେନାଙ୍କ ପୁଅ ଦେବେନ୍ଦ୍ର ଜେନା ଚେନାଇରେ ଦାଦନ ଶ୍ରମିକ ଭାବରେ କାର୍ଯ୍ୟ କରିବାକୁ ଯାଇ ସେଠାରୁ ଆସି ଗତ ୨୪ ।୫ରେ ବିରିବାଟି ସ୍କୁଲରେ ହୋଇଥିବା କୋରେଣ୍ଟାଇନ ସେଣ୍ଟରରେ ରହିଆସୁଛନ୍ତି । ପିତା ନବକିଶୋରଙ୍କ ଅଭିଯୋଗ ଅନୁଯାଇ ତାଙ୍କ ପୁଆ ନିକଟରେ ଗାମୁଛା ନଥିବାରୁ ସେ ସେହି ସେଣ୍ଟରର ଦାୟିତ୍ୱରେ ରହିଥିବା ବ୍ୟକ୍ତିଙ୍କୁ ଡ୍ରେସ ପାଲଟିବା ପାଇଁ ଗାମୁଛାଟିଏ ମାଗିଥିଲେ । ଏଥିପ୍ରତି ବାରମ୍ବାର କର୍ଣ୍ଣପାତ ନକରିବାରୁ ସେ ନିଜ ବାପା ନବକିଶୋରଙ୍କୁ ଗାମୁଛା ଘରୁ ଆଣିବାକୁ କହିଥିଲେ । ବାପା ପୁଅର ଏତାଦୃଶ ଅସୁବିଧାକୁ ଦୃଷ୍ଟିରେ ରଖି ଗାମୁଛାଟିଏ ବ୍ୟବହାର ନିମନ୍ତେ ପୁଅ ପାଖକୁ ପଠାଇଥିଲେ । ଏହାକୁ ସହଜରେ ହଜମ କରିପାରିନଥିଲେ ସେଠାରେ ଉପସ୍ଥିତ ଥିବା ସରପଞ୍ଚଙ୍କ ସ୍ୱାମୀ ଦୀଲିପ କୁମାର ବେହେରା । ମୋର ବାରଣ ସତ୍ୱେ ଗାମୁଛା କାହିଁକି ଆଣିଲୁ ବୋଲି କହି ପ୍ରବାସୀ ଦେବେନ୍ଦ୍ରକୁ ଚାପୁଡା ବିଧା ମାରିବା ସହିତ ଗାଳିଗୁଳଜ କରିଥିଲେ । ପ୍ରତିବାଦ କରିବାରୁ ବାପା ମଧ୍ୟ ସେଥିରୁ ବାଦ ପଡିନଥିଲେ । ତେବେ ଏଠାରେ ପ୍ରଶାସନର ବିଫଳତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରବାସୀଙ୍କ ପିତା । ତାଙ୍କ କହିବା ଅନୁଯାଇ କରେଣ୍ଟାଇନ ହଲକୁ କୌଣସି ବ୍ୟକ୍ତିଙ୍କୁ ଯିବାକୁ ବାରଣ ହୋଇଥିବା ସତ୍ୱେ ସରପଞ୍ଚ ସ୍ୱାମୀ କିପରି ଅବାଧ ପ୍ରବେଶ କରୁଛନ୍ତି? ସରପଞ୍ଚଙ୍କ ସ୍ୱାମୀଙ୍କୁ ପ୍ରଶାସନ କରେଣ୍ଟାଇନ ଗୃହର ଦାୟୀତ୍ୱ ବୁଝିବାକୁ ଅନୁମତି ପ୍ରଦାନ କରିଛନ୍ତି କି? ଏହାର ପ୍ରତିବାଦରେ ନବକଶୋର ଜେନା ସ୍ଥାନୀୟ ବିଡିଓଙ୍କୁ ଏକ ନିବେଦନ ପତ୍ର ମାଧ୍ୟମରେ ତାଙ୍କ ପୁଆର ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସେଠାରୁ ଗଙ୍ଗାଧରପୁର ଅସୋଲେସନ ସେଣ୍ଟରକୁ ସ୍ଥାନାନ୍ତର କରିବାକୁ ଜଣାଇଛନ୍ତି । ଏଥି ସହିତ ଧର୍ମଶାଳା ଥାନାରେ ଏ ସଂକ୍ରାନ୍ତରେ ଏକ ଲିଖିତ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଥିବା ଜଣାଯାଇଛି । ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି ।
ସରପଞ୍ଚ ସ୍ୱାମୀଙ୍କ ଦାଦାଗିରୀ: ସଙ୍ଘରୋଧ କେନ୍ଦ୍ରରେ ପ୍ରବାସିଙ୍କୁ ମାଡ
|
May 26, 2020 |