ସରପଂଚଙ୍କ ଜିଲ୍ଲାପାଳ କ୍ଷମତାର ଦୂରୂପଯୋଗ, ଚୋରା ବାଲି ଚାଲାଣ ବେଳେ ଧରା ହେଲା ୨ଟ୍ରାକ୍ଟର
ସରପଂଚଙ୍କ ଜିଲ୍ଲାପାଳ କ୍ଷମତାର ଦୂରୂପଯୋଗ, ଚୋରା ବାଲି ଚାଲାଣ ବେଳେ ଧରା ହେଲା ୨ଟ୍ରାକ୍ଟର
Manas Kumar Rout |
May 10, 2020 |

ଯାଜପୁର, (ସନ୍ଧାନ ନିୟୁଜ/ବି ପଣ୍ଡା) ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ରାଜେନ୍ଦ୍ରପୁର ବାଲି ଘାଟରୁ ଜୌନିକ ସରପଂଚଙ୍କ ଦ୍ୱାରା ବେଆଇନ୍ ଚୋରା ବାଲି ଚାଲାଣ ଜାରି ରହିଛି । ଯେଉଁଠି ରାଜ୍ୟ ସରକାର ଏହି ସମୟରେ ତାଙ୍କୁ ପଂଚାୟତରେ କୋଭିଡ ପାଇଁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରି ତାଙ୍କ ପଂଚାୟତକୁ କରୋନାରୁ ମୁକ୍ତ କରିବାକ ପ୍ରୟାସ କରିବା କଥା ସେଠାରେ ଏହିାର ଦୁରୁପଯୋଗ କରିବା ଲକ ଡାଉନରେ ନିଜର ପୁରା ଫାଇଦା ଉଠାଇ ସମ୍ପୁକ୍ତ ସରପଂଚ ସୁଶାନ୍ତ ବେହେରା ନିଜର ଟ୍ରକ୍ଟର ଏବଂ ସେହି ବାଲି ଘାଟରୁ ଅନ୍ୟ ଟ୍ରକ୍ଟର ସହାୟତାରେ ନଧୁମ ବାଲି ଚାଲାଣ କରିବାରେ ନିଜକୁ ବ୍ୟସ୍ତ ରଖିଛନ୍ତି । ଖାଲି ଏତିକି ନୁହେଁ କେତକ ଗୁଣ୍ଡାକୁ ନିଜର ପାଳିତ କରି ଗ୍ରମବାସୀଙ୍କ ଧମକ ଚମକ ଦେବା ସହିତ ଗଣମାଧ୍ୟମ ପ୍ରତିନିଧିକୁ ଆକ୍ରମଣ କରିବାକୁ ପଛାଉ ନାହିଁ । ଏପରି ସମୟରେ ବାଲି ଚାଲାଣ ବେଳେ ଗତକାଲି ଯାଜପୁର ଏସପିଙ୍କ ନିଦେ୍ର୍ଧଶ କ୍ରମେ ବାଲିଘାଟରୁ ଦୁଇଟି ଟ୍ରକ୍ଟରକୁ ଜବତ କରାଯାଇ କୁଆଖିଆ ଥାନର ରଖାଯାଇଛି । ଏଥିରେ କାଳେ ତାଙ୍କୁ ସ୍ଥାନୀୟ କୁଆଖିଆ ଥାନା ଅôଧକାରୀ ଏବଂ ତହସିଲଦାର ଫୁରା ସହଯୋଗ କରୁଥିବା ଅଭିଯୋଗ ହେବା ସହିତ ନିଜକୁ ଜିଲ୍ଲାପାଳ ବୋଲାଇ ଏଭଳି କାର୍ଯ୍ୟ କରୁôଥିବା କୁହାଯାଉଛି । ତୁରନ୍ତ ତାଙ୍କୁ ଉପରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ସରପଂଚ ବହିଷ୍କାର କରି ନାଏବ ସରପଂଚଙ୍କ କ୍ଷମତା ପ୍ରଦାନ କରିବାକୁ ରସୁଲପୁରର ବହୁ ବୁଦ୍ଧିଜିବୀ ମାନେ ମତଦେଇଛନ୍ତି ।
ଜବତ ଗାଡି ନମ୍ବର- OD34B-9328,
Related Posts
About The Author