ବାରିପଦା,27.11.2020 (ଲିଙ୍ଗରାଜ ପଣ୍ଡା): ବାରିପଦା ସ୍ଥିତ ସରକାରୀ ସଂସ୍କୃତ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷା ଡଃ ଜୟଶ୍ରୀ ନନ୍ଦଙ୍କୁ ମହାବିଦ୍ୟାଳୟ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବଦ୍ଧ ନୀ ଜ୍ଞାପନ କରାଯାଇଛି । ଓଡ଼ିଶା ସରକାରଙ୍କ ଡିଏଚଇ ଅତିରିକ୍ତ ସଚିବଙ୍କୁ ଚିଠି ନଂ ୩୮୧୭୨ ଅନୁଯାୟୀ ଡଃ ନନ୍ଦ ଅଧ୍ୟକ୍ଷା ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କ ସମେତ ଅଫିସ୍ କର୍ମଚାରୀ ଡଃ ନନ୍ଦଙ୍କୁ ସ୍ବାଗତ କରିଥିଲେ । ସୂଚନାଥାଉ କି ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପଙ୍କଜ କୁମାର ଜେନାଙ୍କର ଅକ୍ଟୋବର ୩୧ତାରିଖରେ ଅବସର ଗ୍ରହଣ କରିଥିଲେ । ଶ୍ରୀ ଜେନାଙ୍କର ଅବସର ପରେ ଦର୍ଶନ ବିଭାଗର ଅଧ୍ୟାପି କ ଡ ନନ୍ଦ ବରିଷ୍ଠ ଅଧ୍ୟାପିକା ଥିବାରୁ ଦାୟିତ୍ବ ଗ୍ରହଣ କରିଥିଲେ । ତେବେ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶାନାମା ପରେ ଡଃ ନନ୍ଦ ବିଦ୍ଧି ବଦ୍ଧ ଭାବେ ଅଧ୍ୟକ୍ଷା ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।