ରାଉରକେଲା,୧୯/୧୨/୨୦୨୦ (ସନ୍ଧାନ ନିଉଜ): ଦକ୍ଷିଣ ରାଉରକେଲା ସେକ୍ଟର-୨୨ସ୍ଥିତ ଅନ୍ତର୍ଗତ ‘ଇ’ ବ୍ଲକ ଅଂଚଳର ଏକ ସରକାରୀ ଶୌଚାଳୟ ନିକଟରେ ଯାଇଥିବା ରାସ୍ତାକୁ ଉକ୍ତ ଅଂଚଳର ଜଣେ ବ୍ୟକ୍ତି କୁଆଡ଼େ ଜବରଦଖଲ କରି ଗୃହ ନିର୍ମାଣ ଯୋଜନା କରିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳର ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଓ ଉତେଜନା ପ୍ରକାଶ ପାଇଥିବା ଖବର ମିଳିିଛି ।ଏହି ଅସୁବିଧା ସମ୍ପର୍କରେ ସଂପୃକ୍ତ ଅଂଚଳରେ ବସବାସ କରୁଥିବା କିଛି ସ୍ଥାନୀୟ ବାସିନ୍ଦା ଟାଙ୍ଗରପାଲୀ ଆର.ଆଇଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଉକ୍ତ ଘଟଣାର ଅନୁସନ୍ଧାନ ପାଇଁ ଆର.ଆଇ କାର୍ଯ୍ୟାଳୟର କର୍ମଚାରୀ ଓ ଟାଙ୍ଗରପାଲୀ ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ଏହାର ବିଧିବଦ୍ଧ ଯାଂଚ କରିଥିବା ଜଣାପଡ଼ିଛି । ପ୍ରକାଶ ଥାଉକି, ଉକ୍ତ ଶୌଚାଳୟଟି ସାଂସଦ ପାଣ୍ଠିରୁ ନିର୍ମାଣ କରାଯାଇଥିବା ବେଳେ, ଏହାର ସୁବିଧା ଲୋକେ ପାଇ ଆସୁଛନ୍ତି । ଉକ୍ତ ଶୌଚାଳୟ ରାସ୍ତା ଅବରୋଧ କରି ଗୃହ ନିର୍ମାଣ ହେଲେ ଏହା ଦ୍ୱାରା ଆଗାମୀ ଭବିଷ୍ୟତରେ ଅସୁବିଧା ସୃଷ୍ଟି ହେବ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଏହି ଘଟଣା ଦକ୍ଷିଣ ରାଉରକେଲା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
ସରକାରୀ ଶୌଚାଳୟ ରାସ୍ତା ଜବରଦଖଲକୁ ନେଇ ଉତେଜନା!
|
December 19, 2020 |