ସରକାରୀ ରାସ୍ତା ଜବର ଦଖଲ, ତହସିଲଦାରଙ୍କ କ୍ଷେତ୍ର ପରିଦର୍ଶନ ସପ୍ତାହକ ମଧ୍ୟରେ ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ

Spread the love

ଯାଜପୁର ୩୦/୩ (ସନ୍ଧାନ ନିୟୁଜ/ଜଗମୋହାନ ରାଉତ) ରସୁଲପୁର ତହସିଲ ଅନ୍ତର୍ଗତ ମହେଶ୍ୱରପୁର ରାଜସ୍ୱ ନିରୀକ୍ଷକ ଅଧିନସ୍ଥ ଚାନ୍ଦପୁର ଗ୍ରାମର ୧୧ନଂ ୱାର୍ଡବାସୀଙ୍କ ସକାଶେ ଯାତାୟତ ପାଇଁ ସ୍ଥାୟୀ ରାସ୍ତା ନାହିଁ । ଫଳରେ ଜନସାଧାରଣଙ୍କୁ ଅକଥନୀୟ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ଏ ସଂପର୍କରେ ଧରିତ୍ରୀରେ ଏକ ଅନୁସନ୍ଧାଣ ମୂଳକ ଖବର ପ୍ରକାଶ ପାଇଥିଲା । ଉକ୍ତ କବର ମୁତାବକ ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ଆଜି ଅପରାହ୍ନରେ କ୍ଷେତ୍ର ପରିଦର୍ଶନ କରି ଫେରିଆସିଛନ୍ତି । ସେ ଏ ଦିଗରେ ମାପଚୁପ୍ କରି ତଦନ୍ତ ରିପୋର୍ଟ ଆସନ୍ତା ସପ୍ତାହକ ମଧ୍ୟରେ ପ୍ରଧାନ କରିବାପାଇଁ ଅଧସ୍ତନ କର୍ମଚାରୀମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।
ପ୍ରକାଶ ଯେ ଏହି ୱାର୍ଡର ପାଖାପାଖି ୨୦ରୁ ଉର୍ଦ୍ଧ ପରିବାର ବସବାସ କରୁଛନ୍ତି । ସେମାନଙ୍କ ଗମନାଗମନ ପାଇଁ ଏକ ସ୍ଥାୟୀ ରାସ୍ତା ନଥିବାରୁ ୱାର୍ଡବାସୀ ଜାବତୀୟ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସାହି ଲୋକେ ୨ ଦଶନ୍ଧିରୁ ଉର୍ଦ୍ଧକାଳ ହେଲା ଯାତାୟତ କରୁଥିବା ରାସ୍ତାକୁ ସେହି ଗ୍ରାମର ଜନୈକ ବ୍ୟକ୍ତି ନିଜର ଜମି ବୋଲି ଦର୍ଶାଇ ରାସ୍ତା ଉପରେ ବାଡ ବୁଜି ଦେଇଛନ୍ତି । ଫଳରେ ଲୋକେ ନାକାନବ୍ଦି ହୋଇରହିଛନ୍ତି । ଏ ସଂପର୍କରେ ଅବଗତ ହେବାପରେ ତହଜସିଲଦାର ଶ୍ରୀ ବୁଜବଳ, ସୁପରଭାଇଜର ମହେଶ୍ୱର ସେଠୀ, ରାଜସ୍ୱ ନିରୀକ୍ଷକ ନୃସିଂହ ବେହେରା, ଅମିନ ଅନାଦି ରାୟସାମନ୍ତ ପ୍ରମୁଖ ଘଟଣାସ୍ଥଳରେ ପହଁଚିଥିଲେ । ପୂର୍ବ ସୂଚନା ମୁତାବକ ସ୍ଥାନୀୟ ସରପଂଚ ଅମୁଲ୍ୟ ପାତ୍ର, ପୂର୍ବତନ ସରପଂଚ ସେକ ଆବୁଲା, ରାସ୍ତା ଉପରେ ବାଡ ବସାଇଥିବା ବ୍ୟକ୍ତି ଓ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ । ତହସିଲଦାରଙ୍କ ସେମାନଙ୍କର ଆଲୋଚନା ହୋଥିଲା । ବାଡ ବସିଥିବା ରାସ୍ତା ଏକ ବ୍ୟକ୍ତିଗତ ଜମିରେ ରହିଛି । ପୂର୍ବ ଜମି ମାଲିକ ନିଜ ଜମିରେ ଯାତାୟତ ପାଇଁ ରାସ୍ତା ଦେଇଥିଲେ । ହେଲେ ସେ ଜମି ବିକ୍ରି କରିଦେବା ପରେ ମାଲିକାନା ପରିବର୍ତ୍ତନ ହୋଇଯାଇଥିଲା । ଉକ୍ତ ମାଲିକ ଜମିରେ ବାଡ ବସାଇଦେଇଥିବା ଆଲୋଚନାରୁ ଜଣାପଡିଥିଲା । ଗାଁ ଲୋକଙ୍କ ଉପସ୍ଥିତିରେର ତହସିଲଦାର ଜମି ମାଲିକଙ୍କ ସହ ଆଲୋଚନା କରିଥିଲେ । ଜମି ମାଲିକକୁ କ୍ଷତିପୁରଣ ଦିଆଯିବା ପରେ ସେ ଗାଁ ଲୋକଙ୍କୁ ରାସ୍ତା ଛାଡିବାକୁ ରାଜି ହୋଇଥିଲେ । ତେବେ ରାସ୍ତାକୁ ନେଇ ରହିଥରବା ଅଚଳାବସ୍ତା ଦୂର ହୋଇଥିଲା । ମାତ୍ର ଏ ଦିଗରେ ତଦନ୍ତ ରିପୋର୍ଟ ସପ୍ତାହକ ମଧ୍ୟରେ ପ୍ରଦାନ କରିବାକୁ କୁହାଯାଇଛି । ହେଲେ ସେହି ସ୍ଥାନରେ ସରକାରୀ ଜମି ରହିଛି । ଉକ୍ତ ଜମିକୁ ଗାଁର କିଛି ପ୍ରଭାବଶାଳୀ ଲୋକ ଗତ ସେଟଲେମେଂଟ ରେ ନିଜ ନାଁରେ କରାଇ ନେଇଛନ୍ତି । ସେ ସଂପର୍କରେ ତହସିଲଦାର ଅବଗତ ହୋଇଥିଲେ । ଏ ଦିଗରେ ତଦନ୍ତ ରିପୋର୍ଟ ଆସିବାପରେ ଅଭିଯୋଗର ସତ୍ୟାସତ୍ୟ ଥିଲେ ସେ ନେଇ ରାଜସ୍ୱ ପରିଷଦକୁ ପତ୍ର ଜରିଆରେ ଜଣାଇଦିଆଯିବା ସହ ଉକ୍ତ ଜମିକୁ ସରକାରୀ ଖାତାକୁ ଫେରାଇ ଆଣିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି ।

Related Posts

About The Author

Add Comment