ତିହିଡ଼ି ବ୍ଲକ ୧୨/୨/୨୬ (ସନ୍ଧାନ ନ୍ୟୁଜ) ତିହିଡ଼ି ବ୍ଲକ ସରକାରୀ ରାମାନୁଜ ବିଦ୍ୟାପୀଠ ପାଳିଆ ବିନ୍ଧା ର ବାର୍ଷିକ ଉତ୍ସବ। ଅନ୍ତର୍ଗତ ପାଳିଆ ବିନ୍ଧା ପଞ୍ଚାୟତ ରେ ଥିବା ସରକାରୀ ରାମାନୁଜ ବିଦ୍ୟାପୀଠ ତାର ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳନ କରିଛି। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୃତିବାସ ଜେନା ଙ୍କ ସଭାପତିତ୍ବ ରେ ଆରମ୍ଭ ହୋଇଥିବା ସଭା ରେ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ପାଳିଆ ବିନ୍ଧା ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଯଶୋଦା ମଲ୍ଲିକ। ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ସମାଜସେବୀ ଶ୍ରୀଯୁକ୍ତ ସରୋଜ କୁମାର ଦାସ। ଅନ୍ୟ ମାନଙ୍କ ମଧ୍ୟରେ ସଫଳ ଯୁବ ବ୍ୟବସାୟୀ ସଞ୍ଜୀବ ପଲେଇ, ପୁର୍ବତନ ସମିତି ସଭ୍ୟ ଶ୍ରୀଯୁକ୍ତ ନବକିଶୋର ମଲ୍ଲିକ।ଓ ଦିଲ୍ଲୀପ ଶତପଥୀ। ଜଗନ୍ନାଥ ମହାପ୍ରଭୁ ଙ୍କ ପ୍ରତିମୂର୍ତ୍ତି ରେ ଦୀପ ଓ ପୁଷ୍ପ ଦେଇ ଅତିଥି ମାନେ ସଭା ମଞ୍ଚ ଉପରକୁ ଆସି ଥିଲେ। ମୂଖ୍ୟ ବକ୍ତା ଶ୍ରୀଯୁକ୍ତ ସରୋଜ କୁମାର ଦାସ ଗପ ମାଧ୍ୟମ ରେ ଛାତ୍ର ଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ହେବା ପାଇଁ ଆହ୍ବାନ ଦେଇ ଥିଲେ। ଅନ୍ୟତମ ଆକର୍ଷଣ ଥିଲେ ସଞ୍ଜୀବ ପଲେଇ, ସେ ତାଙ୍କ ଭାଷଣ ରେ ବିଦ୍ୟାଳୟ ଅତୀତ ଓ ବର୍ତ୍ତମାନର ସ୍ଥିତି ସମ୍ପର୍କ ରେ ଆଲୋକପାତ କରିଥିଲେ। କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇ ଥିଲା। ସ୍ବାଗତ ସଙ୍ଗୀତ ଗାଇଥିଲେ ସ୍ୱୟଂ ଶ୍ରୀ ଦାଶ, ଭକ୍ତିଷ୍ଣା ଦାଶ। ନବମ ଶ୍ରେଣୀ ଛାତ୍ର ଦିବ୍ୟମ୍ ନାୟକ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ। ସମସ୍ତ ଅତିଥି ଙ୍କୁ ପ୍ରଧାନ ଶିକ୍ଷକ କୃତିବାସ ଜେନା ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରି ଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ।
ସରକାରୀ ରାମାନୁଜ ବିଦ୍ୟାପୀଠ ପାଳିଆ ବିନ୍ଧା ର ବାର୍ଷିକ ଉତ୍ସବ।
|
February 12, 2026 |



