ସୁନ୍ଦରଗଡ ତା:୨୧/ ୭/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ) ଲେଫ୍ରିପଡା ବ୍ଲକରେ ରୀତିମତ ଭାବରେ ଜମି ଜବର ଦଖଲ ହୋଉଥିବା ସୂଚନା ମିଳିଛି । ଲେଫ୍ରିପଡା ରେ ସରକାରୀ ଜମିକୁ ହାତେଇବା ପାଇଁ ଯୋଜନା ଉପରେ ଯୋଜନା ଚାଲିଛି । ଅଞ୍ଚଳର ଲୋକ ସାଙ୍ଗକୁ ବାହାର ଅଞ୍ଚଳର ଲୋକେ ଲେଫ୍ରିପଡା ନର୍ସରୀ ପଡାରେ ଥିବା ସରକାରୀ ଜମିକୁ ଅକ୍ତିଆରରେ ନେଇ ପାଚେରୀ ଦେଇ ନିଜ ଅକ୍ତିଆରରେ ନେବା ଦେଖିବାକୁ ମିଳିଛି । ଅଞ୍ଚଳବାସୀ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କୁ ଏ ଦିଗରେ ଅବଗତ କଲାପରେ ସେ ଘଟଣା ସ୍ଥଳରେ ପହଞ୍ଚି କାମ ବନ୍ଦ କରି ଘଟଣାର ତଦନ୍ତ କରିଥିଲେ । ଅଭଯୁକ୍ତଙ୍କୁ ଜମିର କାଗଜପତ୍ର ନେଇ ଅଫିସ ଆସିବାକୁ କହିଥିଲେ । ସରକାର ଯୋଜନା କରିଥିବା ଯୋଜନାର ପ୍ରକୃତ ହିତାଧିକାରୀ ସହିତ ଭୂମିହୀନ ଲୋକ ପାଇବାରୁ ବଞ୍ଚିତ ହେଉଥିବାବେକେ କେତେକ ଦୁର୍ବୃତ୍ତ ସରକାରୀ ଜମିକୁ ଜବରଦଖଲ କରିନେବା ବୁଦ୍ଧିଜୀବୀ ମହଲରେ ଆଲୋଚନା ର ବିଷୟ ପାଲଟିଛି ।
Attachments area



