ସରକାରୀ କାର୍ଯ୍ୟକ୍ରମରେ ଜନପ୍ରତିନିଧିଙ୍କୁ ଅଣଦେଖା, ବିଡିଓଙ୍କୁ ଫେରାଦ ହେଲେ ସମିତିସଭ୍ୟ

Spread the love

ରସୁଲପୁର,୨୦ /୨(ସନ୍ଧାନ ନିଉଜ) ତ୍ରି-ସ୍ତରୀୟ ପଂଚାୟତରାଜ ବ୍ୟବସ୍ଥାର ନିୟମକାନୁନ୍କୁ କଡାକଡ୍ଡି ଭାବରେ ପାଳନ କରାଯାଉ ନାହିଁ । ପ୍ରାଶାସନିକ ଅଧିକାରୀମାନେ ଏ ଦିଗରେ ଚରମ ଅବହେଳା ପ୍ରଦର୍ଶନ କରୁଛନ୍ତି । ପଂଚାୟତସ୍ତରରେ ସରକାରୀ କାର୍ଯ୍ୟକ୍ରମ ଆୟୋଜନ ସମୟରେ ସମିତିସଭ୍ୟାସଭ୍ୟମାନଙ୍କୁ ଅଣଦେଖା କରାଯାଉଛି । ଏହାକୁ ବିରୋଧ କରି ରସୁଲପୁର ବ୍ଲକ ବାରବାଟୀ ପଂଚାୟତର ସମିତିସଭ୍ୟ ଚୈତନ୍ୟ ନାୟକ ରସୁଲପୁର ବିଡିଓ ଉମାକାନ୍ତ ପରିଡାଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ଅଭିଯୋଗରୁ ଜଣାଯାଏ ଆଜି ଏହି ପଂଚାୟତରେ ପିଠା କାର୍ଯ୍ୟକ୍ରମ ଆୟୋଜ ହୋଇଥିଲା । ଗତ ୩ମାସ ଧରି ପଂଚାୟତରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଆସୁଛି । ପିଠା(ପିପୁଲସ ଏମପାୱାର ଏନେବେଲିଂ,ଟ୍ରାନ୍ସପାରେନ୍ସି, ଆକାଉଣ୍ଟେବିଲିଟି) କାର୍ଯ୍ୟକ୍ରମ ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ବି ସମିତିସଭ୍ୟମାନଙ୍କୁ ଅଣଦେଖା କରାଯାଉଛି । ସରପଂଚ ଓ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ସଲାସୁତୁରରାରେ ସମତିସଭ୍ୟମାନଙ୍କୁ କାର୍ଯ୍ୟକ୍ରମରେ ଉଦେଶୂମୂଳକ ଭାବରେ ସାମିଲି କରାଯାଉନାହିଁ । ସରକାରୀ ଦଳର ଦଳୀୟ ପଦପଦବୀଧାରୀଙ୍କୁ ନେଇ ସରକାରୀ ଅର୍ଥରେ ଦଳର ପ୍ରଚାର କରାଯାଉଛି । ଏ ଦିଗରେ ଅଭିଯୋଗ ପାଇବା ପରେ ବିଡିଓ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ଏ ଦିଗରେ ନିର୍ବାହୀ ଅଧିକାରୀ ନିରଞ୍ଜନ ବଳଙ୍କୁ ପଚାରିବାରୁ ସେ ସମିତିସଭ୍ୟଙ୍କୁ ଫୋନଯୋଗେ ଜଣାଇଛନ୍ତି ବୋଲି ପ୍ରକାଶ କରିଛନ୍ତି । ମାତ୍ର ସମିତିସଭ୍ୟ ନାୟକ କୌଣସି ସୂଚନା ପାଇନଥିବାକୁ ବୋଲି କହିଛନ୍ତି ।

Report- Jagamohan Rout Rasulpur

Related Posts

About The Author

Add Comment