ଯୋଡା, ୩/୨/୨୬ (ସନ୍ଧାନ ନ୍ୟୁଜ ) କେନ୍ଦୁଝର ଜିଲ୍ଲା ଯୋଡା ସହର ମଧ୍ୟରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ ବ୍ୟାଙ୍କ୍ ପ୍ରତିଷ୍ଠାନ ଗୁଡିକରେ ଥିବା ସୁରକ୍ଷା ବ୍ୟବସ୍ଥା ଉପରେ ଯୋଡା ପୋଲିସ ଯାଞ୍ଚ କରିଛି । ଏ ନେଇ ଯୋଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାମଲ ସୂଚନା ଦେଇ କହିଛନ୍ତି ଯେ,ବ୍ୟାଙ୍କ୍ ଗୁଡିକରେ ଘରୋଇ ସୁରକ୍ଷା କର୍ମୀ ନିୟୋଜନ,ସି ସି କ୍ୟାମେରା,ବ୍ୟାଙ୍କ୍ ସାଇରନ, ଶୃଙ୍ଖଳିତ ଭାବେ ବ୍ୟାଙ୍କ୍ ଦେଣ ନେଣ କାର୍ଯ୍ୟ,ବ୍ୟାଙ୍କ୍ ରେ ପ୍ରବେଶ ,ମଧ୍ୟାହ୍ନ ଭୋଜନ ଓ ଛୁଟି ସମୟରେ ସାବଧାନ ଅବଲମ୍ବନ ଉପରେ ପୋଲିସ ନିର୍ଦ୍ଦେଶ ଦେବ। ସହିତ ଯେଉଁ ବ୍ୟବସାୟୀକ ସଂସ୍ଥା ଅଧିକ ଟଙ୍କା ଉଠାଇବା ସମୟରେ ପୋଲିସ କୁ ସୂଚନା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ କରାଯିବ। ସହିତ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା ବ୍ୟାଙ୍କ୍ ପରିସର ରେ କରାଯାଉଛି କି ନାହିଁ, ଏ ନେଇ ପୋଲିସ ପକ୍ଷରୁ ଯାଞ୍ଚ କରାଯାଇଥିଲା ।
ସରକାରୀ ଓ ବେସରକାରୀ ବ୍ୟାଙ୍କ୍ ଗୁଡିକ ସୁରକ୍ଷା ବ୍ୟବସ୍ଥା କୁ ନେଇ ଯାଞ୍ଚ କଲା ଯୋଡ଼ା ପୋଲିସ
|
February 3, 2026 |



