ସରକାରୀ ଅଧିକାରୀ କରୁଛନ୍ତି ଚୋରା ମାଙ୍କଡା ବେପାର ! ଆନେ୍ଦାଳନକୁ ଆସନ୍ତୁ ସାଧରଣ ଜନତା

Spread the love

ଯାଜପୁର/ଧର୍ମଶାଳା (ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ) ଶିର୍ଷକକୁ କିଏ କିଭଳି ଭାବରେ ପଢିବ ଅଭା ବୁଝିବା ସେଥରେ ଆମର ନଜର ନାହିଁ । କିନ୍ତୁ ଏହା କାହିବାକୁ ବାଧ୍ୟ ହେଉଛି ଯେଉଁଟି ଯେତେ ଯାହା କଲେ ଚୋରା ମାଙ୍କଡା, ବାଲି, କାଳାପଥର, ଚିପ୍ସ ଚାଲାଣକୁ ରୋକାଯାଇପାରୁନାହିଁ । ଏହାକୁ ମୁଖ୍ୟ କାରଣ ସରକାରୀ ବଡ ବଡିଆ ଅଧିକାରୀ । ସେ ଜିଲ୍ଲାପାଳ ହୁଅନ୍ତୁ ବା ତହସିଲଦାର ସେ ଡିଏଫଓ ହୁଅନ୍ତୁ ବା ବାନପାଳ, ପୋଲିସ ବିଭାଗର ଏସପି ହୁଅନ୍ତୁ ବା ଥାନା ଅଧିକାରୀ ଯଦି ସମସ୍ତେ ସେମାନଙ୍କ ଠାରୁ ପ୍ରତ୍ୟକ୍ଷ ଏବଂ ପୋରକ୍ଷ ଭାବରେ ଟଙ୍କା ନେଇ କାମ କରିବାକୁ ଛାଡିଦେବା ତେବେ ସେମାନେ ମଧ୍ୟ ଏହି ବେପାର କରୁଛନ୍ତି ବୋଲି ଆମେ କହିବାକୁ ବାଧ୍ୟ ହେଉଛୁ । ତେଣୁ ସିଧାସଳକ ସେମାନେ ଏହି ଚୋରା ବେପାର କରୁଛନ୍ତି ବୋଲି ଆମେ ରୋକଠୋକ ଲେଖିଚାଲିଛୁ । ତଥାପି କେବେ ସୁଧୁରିବେ ଏହି ସରକାରୀ ବାବୁ ମାନେ । ରାଜ୍ୟରେ ଦିନକୁ ଦିନ ଲଘୁ ଖଣିଜାତ ଦ୍ରବ୍ୟର ଅବାଧ ଚୋରା କାରବାର ବଢି ଚାଲିଥିବା ବେଳେ ଏହାକୁ ରୋକିବାକୁ ପ୍ରଶାସନିକ ସ୍ତରରେ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଢ଼େଙ୍କାନାଳରୁ ଶହ ଶହ ଟ୍ରିପ ଚୋରା ମାଙ୍କେଡା ଆସି ଯାଜପୁର ଜିଲା ଉପାନ୍ତ ଅଞ୍ଚଳ ତଥା ଯାଜପୁର ପଡୋଶି ଜିଲା ଭଦ୍ରଖ ପର୍ଯ୍ୟନ୍ତ ଜେନାପୁର ଥାନା ଅଧିନସ୍ଥ ଚଢେଇଧରା ଓ ବରଡା ଛକ ଦେଇ ଚାଲାଣ ହେଉଛି । ପଡୋଶି ଢେଙ୍କାନାଳ ଜିଲ୍ଲାର ଛୋଟ ତେନ୍ତୁଲି ,ନିହଲ ପ୍ରସାଦ ,କରଡାବଣି ଓ କାସିପୁରର ସରକାରି ଓ ଜଙ୍ଗଲ ଜମିରୁ ଶହ ଶହ ପାବ୍ୱାରଟିଲରରେ କଟା ଯାଉଥିବା ମାଙ୍କେଡା ପଥର ଅବାଧରେ ଏହି ଛକ ଦେଇ ବିଭିନ୍ନ ସ୍ଥାନରେ ଚଢା ଦରରେ ବିକ୍ରୀ କରାଯାଉଛି । ଖବର ନେବାରେ ଜଣାଯାଏ ଢ଼େଙ୍କାନାଳ ଜିଲାର ନିହଲ ପ୍ରସାଦ ଗ୍ରାମର ମାଙ୍କେଡା ମାଫିଆ ମାନେ ଜଙ୍ଗଲ ବିଭାଗର ତଳିଆ କର୍ମଚାରୀ ଓ ତଳିଆ ପୋଲିସ ବାବୁ ମାନଙ୍କୁ ହାତ ଗୁଞ୍ଜା ଦେଇ ଅନାୟସରେ ସେମାନଙ୍କର କଳା କାରବାର ଚଳାଇଛନ୍ତି । ଦୈନିକ ୪୦୭ ଓ ଟ୍ରକ ମାଧ୍ୟମରେ ଉକ୍ତ ରାସ୍ତା ଦେଇ ମାଙ୍କେଡା ଚାଲାଣର ଖବର ବନ ବିଭାଗ ନିକଟରେ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ନିହଲ ପ୍ରସାଦ ଥାନା ସମ୍ମୁଖଦେଇ ମାଙ୍କେଡା ଗାଡି ଗୁଡିକ ଆସୁଥିଲେ ମଧ୍ୟ ଥାନା ପକ୍ଷରୁ କୌଣସି କର୍ଯ୍ୟାନୁଷ୍ଠାନ ହେଉନଥିବାର ଅଭିଯୋଗ ହେଉଛି । ଗ୍ରାମାଂଚଳରେ ଏହି ଚୋରା କାରବାର ଦିନକୁ ଦିନ ବଢ଼ି ଚାଲିଛି । ଲଘୁ ଖଣିଜାତ ଦ୍ରବ୍ୟର ଚୋରା କାରବାର ରୋକିବାକୁ ବାରମାଣ ପାଖରେ ଏକ ଅସ୍ଥାୟୀ ପୋଲିସ ଚେକ ପୋଷ୍ଟ ଆଜକୁ ଏକ ମାସରୁ ଉଦ୍ଧ୍ୱର୍ ହେବ କାର୍ଯ୍ୟ କରିଆସୁଛି । ସେହି ପୋଷ୍ଟରେ କର୍ତ୍ତବ୍ୟରତ କର୍ମଚାରୀ ମାନଙ୍କ ଅଖିରେ ଏହି ମାଙ୍କେଡା ଚାଲାଣ କିପରି ଆସୁନାହିଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାତି ୧୦ଟା ପରେ ଏହି ଗେଟ ଦେଇ ଅନେକ ଖଣି ଜାତ ଦ୍ରବ୍ୟ ବୋଝେଇ ହାଓା,ଟ୍ରକ, ଟିପର ଯାତାୟତ କରୁଥିବାର ସାଧାରଣରେ ଆଲୋଚନା ହେଉଛି । ଲୋକମାନଙ୍କ ଯାତାୟତ ପାଇଁ ତିଆରି ହୋଇଥିବା ଢ଼େଙ୍କାନାଳରୁ ଯାଯପୁରକୁ ସଂଯୋଗ କରୁଥିବା ରାସ୍ତା ଏବେ ଶୋଚନୀୟ ହୋଇଗଲାଣି । ସ୍କୁଲ କଲେଜ କୁ ଯାଉଥିବା ଛାତ୍ରଛାତ୍ରୀ ମାନେ ଯାତାୟତରେ ବହୁ ଅସୁବିଧାରେ ପଡୁଥିବାର ଦେଖାଯାଉଛି । ନିକଟରେ ଚଢେଇଧରା ଠାରୁ ଏକ କିମି ଦୁର ବାରମାଣ ଠାରେ ଏକ ମାଙ୍କେଡା ବୋଝେଇ ଟ୍ରକ ଏକ ବୋଲେର ଓ ମଟର ସାଇକେଲକୁ ଧକ୍କା ଦେଇ ଥିବା ବେଳେ ଅନ୍ୟ ଏକ ମାଙ୍କେଡା ବୋଝେଇ ଗାଡି ଧକ୍କାରେ ମଧୁପୁରଗଡ(କୁକୁଡା ଖାଳେଇ) ଗ୍ରାମର ହାଡିବନ୍ଧୁ ବେହେରାର ମୁଣ୍ଡ ଉପରେ ଗାଡି ଚଢ଼ି ମୃତ୍ୟୁ ହୋଇଥିଲା । ଏହି ବେଆଇନ ପରିବହନରେ ଅନେକ କାଗଜ ପତ୍ର ବିହିନ ଗାଡି ବ୍ୟବହାର ହେଉଥିବା ଉକ୍ତ ଦୃଘଟଣା ପରେ ଲୋକ ଲୋଚନକୁ ଆସିଥିଲା । ବର୍ଷ ବର୍ଷ ଧରି ବିନା କାଗଜ ପତ୍ରରେ ପରିବହନ ହେଉଥିବାରୁ ପରିବହନ ବିଭାଗ ଅନେକ ଟଙ୍କାର ରାଜସ୍ୱ ହରାଉଛନ୍ତି । ଅନ୍ୟ ପଟରେ ବିନା ଆର ଫର୍ମ ରେ ଚୋରା ପରିବହନ ହେଉଥିବାରୁ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଛନ୍ତି । କିଛି ଦିନ ପୁର୍ବରୁ ଏଭଳି କାରବାରକୁ ରୋକିବାକୁ ଚେଷ୍ଠାକରି ଗଁଦିଆ ତହସିଲଦାର ଏହି ମାଫିଆ ମାନଙ୍କର ଆକ୍ରମଣର ଶିକାର ହୋଇଥିଲେ । ପରବର୍ତ୍ତୀ ଅବସ୍ତାରେ ମାଫିଆଙ୍କ ଚାପରେ ଉକ୍ତ ତହସିଲଦାର ଗଁଦିଆ ତହସିଲ ଛାଡି ଚାଲିଯାଇଥିଲେ ମଧ୍ୟ ପ୍ରଶାସନ ସେମାନଙ୍କ ଉପରେ କୌଣସି ପ୍ରଭାବ ପକାଇରେ ସକ୍ଷମ ହୋଇପାରିନାହିଁ । ଫଳରେ ମାଫିଆମାନେ ନିସଙ୍କୋଚରେ କାରବାର ଚଳାଇ ରଖିଛନ୍ତି । ଏମାନଙ୍କ ବିଋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି ।

Related Posts

About The Author

Add Comment