ସରକାରଙ୍କ ବଡ ଘୋଷଣା: ସପ୍ତାହରେ ୨ ଦିନ କର୍ମଚାରୀଙ୍କୁ ଛୁଟି, ଝିଅଙ୍କୁ ମିଳିବ ୨୦ ହଜାର

Spread the love
ନୂଆଦିଲ୍ଲୀ, ୨୬/୦୧/୨୦୧୨ (ସନ୍ଧାନ ନିଉଜ) ଜାନୁଆରୀ ୨୬ ଅର୍ଥାତ ସାଧାରଣତନ୍ତ୍ର ଦିବସ ଅବସରରେ ଛତିଶଗଡ ସରକାର ବଡ ଘୋଷଣା କରିଛନ୍ତି । ରାଜ୍ୟର କର୍ମଚାରୀଙ୍କୁ ବଡ ଭଟେି ଦେଇଛନ୍ତି ସରକାର । ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସୂଚନା ଅନୁସାରେ ରାଜ୍ୟ ସରକାର କର୍ମଚାରୀଙ୍କ ପାଇଁ ସପ୍ତାହକୁ ଦୁଇ ଦିନ ଛୁଟି ଘୋଷଣା କରିଛନ୍ତି । ସପ୍ତାହରେ କେବଳ ୫ଦିନ କାମ କରିବେ କର୍ମଚାରୀ ।

ସେହିପରି ଛୁଟି ଓ ପେନସନ ବ୍ୟତୀତ ଅନ୍ୟ କିଛି ନିୟମକୁ ନେଇ ମଧ୍ୟ ଘୋଷଣା କରାଯାଇଛି । ଲର୍ଣ୍ଣିଂ ଲାଇସେନ୍ସ ବାହାର କରିବା ପ୍ରକ୍ରିୟା ମଧ୍ୟ ସରଳ କରାଯାଇଛି । ପଛୁଆବର୍ଗଙ୍କ ଉଦ୍ୟୋଗରେ ବିକାଶ ପାଇଁ ୧୦ ପ୍ରତିଶତ ଭୂଖଣ୍ଡ ସଂରକ୍ଷିତ ରଖାଯିବ । ଶ୍ରମିକଙ୍କ ପରିବାରର ଝିଅମାନଙ୍କ ପାଇଁ ଶସକ୍ତିକରଣ ସହାୟତା ଯୋଜନା ଆରମ୍ଭ କରାଯିବ ।

ଏହାସହିତ ଏହି ସ୍କମ ଅଧିନରେ ଆସୁଥିବା ପରିବାରର ୨ ଝିଅଙ୍କ ବ୍ୟାଙ୍କ ଖାତାରେ ୨୦ ହଜାର ଟଙ୍କା ଲେଖାଏଁ ଜମା କରାଯିବ । ସେହିପରି ଖରିଫ ବର୍ଷ ୨୦୨୨-୨୩ ରେ ଫସଳ ତଥା ଡାଲି ଜାତୀୟ ଫଲସ କିଣିବା ପାଇଁ ସମର୍ଥନ ମୂଲ୍ୟରେ କରାଯିବ ବୋଲି ଘୋଷଣା କରାଯାଇଛି ।

Related Posts

About The Author

Add Comment