ସରକାରଙ୍କ ନିୟମ ପାଇଁ ଯୁବକଙ୍କ ଜୀବନ ଗଲା; ପରିବହନ ବିଭାଗ ହତ୍ୟାକାରୀ ବୋଲି ସାଧରଣରେ ଆଲୋଚନା

Spread the love

ଯଜପୁର, ୯/୪ (ସନ୍ଧାନ ନିୟୁଜ/ବିପିନ ନାୟକ) ଯାଜପୁର ଜିଲ୍ଲା କୋରେଇ ବ୍ଲକ କାଚରାସାହି ଗ୍ରାମର ଜଣେ ଯୁବକଙ୍କ ସରକାରୀ ନିୟମ ପାଇଁ ଜୀବନ ଯାଇଥିବା ଜଣାପଡିଛି । ସୂଚନା ମୁତାବକ କାଚରାସାହି ଗ୍ରାମର ରଥ ବେହେରାଙ୍କ ଏକମାତ୍ର ପୁଅ ସୋନୁ (୧୮) ୬ତାରିଖ ଦିନ ଯାଜପୁର ରୋଡ ତାଙ୍କ ବାପାଙ୍କ ବାଇକରେ କୌଣସି କାର୍ଯ୍ୟରେ ଯାଇଥିଲେ । ସେ ନାବାଳକ ହୋଇଥିବାରୁ ଯାଜପୁର ରୋଡ ପୋଲିସ ତାଙ୍କ ଉପରେ ୨୫ହଜାର ଟଙ୍କା ଫାଇନ କରିଥିଲେ । ଏହି ଖବର ପାଇ ସୋନୁଙ୍କ ପିତା ତାଙ୍କୁ ଗାଳିଗୁଲଜ କରିଥିଲେ । ପରେ ସେଦିନ ରାତି୮ଟା ସମୟରେ ନିଜ ମାଙ୍କ ଲୁଗାରେ ଘରେ ଭିତରେ ଫାଶି ଲଗାଇ ଅତ୍ମହତ୍ୟା କରିଥିଲା । ତେବେ ଏଭଳି ବିଚିତ୍ର ବିଚିତ୍ର ନିୟମ ବଡବଡିଆଙ୍କ ପାଇଁ ନୁହେଁ ବରଂ ଗରିବ ମଧ୍ୟବିତ୍ତ ପରିବାର ପାଇଁ କାଳ ସାଜିଛି । ତେବେ ସୋନୁ ତାଙ୍କ ପରିବାରର ଏକମାତ୍ର ପୁଅ ହୋଇଥିବାରୁ ଘର ଲୋକ ଭାଙ୍ଗି ପଡିଛନ୍ତି । କୋରେଇ ପୋଲିସ ଶବ ଜବତ କରି ଦାନଗଦୀ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି । ତେବେ ସୋନୁଙ୍କୁ ସରକାର ପରିବହନ ବିଭାଗ ହତ୍ୟା କରିଛନ୍ତି ବୋଲି ସାଧରଣରେ ଆଲୋଚନା ହେଉଛି ।

Related Posts

About The Author

Add Comment