ସରକାରଙ୍କ ତରଫରୁ ପେଟ୍ରୋଲ ଚାଳିତ ଯାନର ପ୍ରଦୂଷଣ ପରୀକ୍ଷା ପାଇଁ ୬୦ ଟଙ୍କା ଦେବାକୁ ଧାର୍ଯ୍ୟ

Spread the love

ଭଦ୍ରକ,, ୨୦/୧୧ (ସନ୍ଧାନ ନିଉଜ) : ସରକାରଙ୍କ ତରଫରୁ ପେଟ୍ରୋଲ ଚାଳିତ ଯାନର ପ୍ରଦୂଷଣ ପରୀକ୍ଷାର ଅସୁବିଧାକୁ ଦୂର କରିବାର ପ୍ରୟାସରେ ସ୍ଵୀକୃତି ପ୍ରାପ୍ତ ଭ୍ରାମ୍ୟମାଣ ପ୍ରଦୂଷଣ ପରୀକ୍ଷା କେନ୍ଦ୍ର ଯୋଜନାନୁଯାୟୀ ବିଭିନ୍ନ ସ୍ଥାନରେ ଏହି ଲୋକାଭିମୂଖୀ କାର୍ଯ୍ୟାକ୍ରମରେ ଗ୍ରାମାଞ୍ଚଳର ଲୋକମାନେ ବେଶ୍ ଉତ୍ସାହିତ ହେଉଥିବା ସହିତ ଉପକୃତ ହେଉଥିବାର ଲକ୍ଷ କରାଯାଉଛି । ଆଜି ବୁଧବାର ଦିନ ୧୧ଟା ସମୟରେ ସେମିତି ଏକ ସର କାରୀ ସ୍ଵୀକୃତ ପ୍ରାପ୍ତ ଭ୍ରାମ୍ୟମାଣ ପ୍ରଦୂଷଣ ପରୀକ୍ଷା କେନ୍ଦ୍ର ର ଯାନ ବନ୍ତ ବ୍ଳକର ସେଣ୍ଡତୀରା ବଜାର ସ୍ଥିତ ନୋଡାଲ ଉ.ପ୍ରା. ବିଦ୍ୟାଳୟ ସମ୍ମୁଖରେ ଲାଗିବା ପରେ ବହୁ ସଂଖ୍ୟାରେ ୨ ଚକିଆ ଯାନ ଆସି ନିଜ ନିଜର ଗାଡ଼ିର ପ୍ରଦୂଷଣ ପରୀକ୍ଷା କରାଇବାକୁ ଏ ରିପୋର୍ଟ ପଠାଯିବା ପର୍ଯ୍ୟନ୍ତ ବେଶ୍ ଭିଡ ଜମି ରହିଥିବାର ଲକ୍ଷ କରାଯାଇଥ ଥିବା ବେଳେ ଗୋଟିଏ ୨ଚକିଆ ଯାନର ପ୍ରଦୂଷଣ ପରୀକ୍ଷା ପାଇଁ ନିର୍ଦ୍ଧାରୀତ ସରକାରୀ ଅଲ୍ୟାନୁଯାୟୀ ୬୦ ଟଙ୍କା ଦେବାକୁ ଧାର୍ଯ୍ୟ ହୋଇଛି ।

Related Posts

About The Author

Add Comment