ସରକାରଙ୍କ ଜନବିରୋଧି ନିତୀକୁ ସିଆଇଟିୟୁ ପକ୍ଷରୁ  ବିରୋଧ

Spread the love

ରାଉରକେଲା, ୧୧/୦୮/୨୦ (ସନ୍ଧାନ ନିଉଜ) :  ରାଉରକେଲାରେ ସରକାରଙ୍କ ଜନବିରୋଧି ନିତୀ ବିରୋଧରେ ପ୍ରତିବାଦ ଦିବସ ପାଳନ କରାଯାଇଥିଲା । ସ୍ଥାନୀୟ ରଙ୍ଗୋଲି ଛକରେ ସିଆଇଟିୟୁ ସହବନ୍ଧିତ ଓଡ଼ିଶା କନଷ୍ଟ୍ରକସନ ୱାର୍କସ ୟୁନିୟନ କର୍ମୀଙ୍କ ସହ ଆଇଏନଟିୟୁସି, ଏଚ୍‌ଏମ୍‌ଏସ, ଏଆଇଟିୟୁସି,ଏଆଇୟୁଟିୟୁସି, ଜିଏମଏମ ଓ ସିଅର କର୍ମୀ ମାନେ ଏକଜୁଟ ହୋଇ ମିଳିତ ବିକ୍ଷୋଭରେ ଅଶଂଗ୍ରହଣ କରିଥିଲେ । ସରକାରଙ୍କ ବିଭିନ୍ନ କାର୍ଯ୍ୟକଳାପକୁ ଘୋର ନିନ୍ଦା କରିବା ସହ ସରକାର ବିରୋଧି ସ୍ଲୋଗାନ ଦିଆଯାଇଥିଲା । ସରକାରୀ କଳକାରଖାନାରେ ଘରୋଇକରଣ ବନ୍ଦ କରିବା, ଆବଶ୍ୟକ ସାମଗ୍ରୀର ବିପଣନ ନିତୀ ପ୍ରତ୍ୟାହାର କରିବା, ନିଯୁକ୍ତି ପ୍ରକ୍ରିୟାର ସଙ୍କୋଚନ ବନ୍ଦ କରିବା, କରୋନା ଚିକିତ୍ସା ଆଳରେ ଅନ୍ୟ ରୋଗୀଙ୍କ ଚିକିତ୍ସାରେ ଅବହେଳା ଓ ଶୋଷଣ ବନ୍ଦ କରିବା, ସବୁ ପରିବାରକୁ ୭୫୦୦ ଟଙ୍କା ସହ ମୁଣ୍ଡ ପିଛା ୧୦ କିଲୋ ଚାଉଳ ପ୍ରଦାନ, ଶ୍ରମ କୋର୍ଡ ଓ ସଂଶୋଧିତ ବିଦ୍ୟୁତ ଆଇନର ପ୍ରତ୍ୟାହାର, ସ୍କିମ ୱାର୍କରଙ୍କ ପରିବାରର ଜଣଙ୍କୁ ସ୍ଥାୟୀ ନିଯୁକ୍ତି ଓ ସମସ୍ତ ସ୍କିମ ଶ୍ରମିକ ମାନଙ୍କୁ ୫୦ଲକ୍ଷ ଟଙ୍କାର ବୀମାଭୁକ୍ତ କରିା ସହ ମନରେଗା କାମରେ ସର୍ବନିମ୍ନ ମଜୁରୀ ଓ ବର୍ଷକୁ ୨୦୦ ଦିନର କାମ ଯୋଗାଇ ଦେବା, କୃଷକ ମାନଙ୍କୁ ରୁଣ ପ୍ରଦାନ କରିବା ଆଦି ଦାବି କେନ୍ଦ୍ର ସରକାରଙ୍କ ନିକଟରେ କରାଯାଇଥିଲା । ଏହି ବିକ୍ଷୋଭରେ ସିଆଟିୟୁ ପକ୍ଷରୁ ବିଷ୍ଣୁ ମହାନ୍ତି, ବିମାନ ମାଇତି, ବସନ୍ତ ନାୟକ, ସାଥି ଅଜୟ ଶର୍ମା, ଅରୁ ଦାସ, ବିନୟ ବେହୁରା, ଶେଖର ଶର୍ମା, ଉପେନ୍ଦ୍ର ତ୍ରିପାଠୀ, ବି.ବି.ଗିରି, ଅଲେଖ ସାହାଣୀ, ପି.ସି. ପ୍ରଧାନ,ନାରାୟଣ ବେହେରା, ସୁଶାନ୍ତ କୁମାର, ବିଷ୍ଣୁ ପ୍ରଧାନ ଓ ଅନ୍ୟ କର୍ମୀ ଉପସ୍ଥିତ ରହି ପ୍ରତିବାଦ ଦିବସରେ ନିଜକୁ ଦାମିଲ କରିଥିଲେ ।

Related Posts

About The Author

Add Comment