ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୭୪ଟି ଟ୍ରେନ୍ ବାତିଲ୍ କଲା ପୂର୍ବତଟ ରେଳପଥ

Spread the love

ଭୁବନେଶ୍ୱର ୨୧/୫ (ସନ୍ଧାନ ନିଉଜ) : ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ୭୪ଟି ଟ୍ରେନକୁ ବାତିଲ୍ କରିବ ବୋଲି ଜଣା ପଡ଼ିଛି। ଗତ ୨୦୧୯ ଫନି ସମୟରେ ମଧ୍ୟ ୭୪ ଟି ଟ୍ରେନକୁ ବାତିଲ କରାଯାଇଥିଲା। ତେବେ ଭୁବନେଶ୍ୱର ଓ ପୁରୀରୁ ଆରମ୍ଭ ଏବଂ ଶେଷ ହେଉଥିବା ତଥା ହାୱଡ଼ା ଏବଂ ଚେନ୍ନାଇ ମୁଖ୍ୟ ରେଳପଥ ଉପରେ ଚଳାଚଳ କରୁଥିବା କେତେକ ଟ୍ରେନର ଯାତାୟତ ଉପରେ ବାତ୍ୟା ସମୟରେ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପ୍ରଭାବ ପଡ଼ିବ।

ତେବେ ବାତିଲ୍ ହେବାକୁ ଥିବା କେତେକ ପ୍ରମୁଖ ଟ୍ରେନ୍ ମଧ୍ୟରେ

ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ସ୍ପେଶାଲ୍,

ଭୁବନେଶ୍ୱର ହାୱଡ଼ା ଜନ ଶତାବ୍ଦୀ ସ୍ପେଶାଲ୍,

ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ସ୍ପେଶାଲ୍,

ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ସ୍ପେଶାଲ୍,

ହାୱଡ଼ା-ପୁରୀ-ହାୱଡ଼ା ସ୍ପେଶାଲ୍,

ଭୁବନେଶ୍ୱର-ସିକନ୍ଦରାବାଦ ଭିଶାଖା ସ୍ପେଶାଲ୍,

ପୁରୀ-ଋଷିକେଶ କଳିଙ୍ଗ ଉତ୍କଳ ସ୍ପେଶାଲ୍,

ପୁରୀରୁ ଅହମଦାବାଦ-ସୁରଟ ଓ ଆଜମେର ଯାଉଥିବା ଟ୍ରେନ୍,

ପୂର୍ବତଟ ରେଳପଥ ଦେଇ ହାୱଡ଼ା-ଚେନ୍ନାଇ ମୁଖ୍ୟ ଲାଇନରେ ଯାଉଥିବା ଟ୍ରେନଗୁଡିକୁ ବାତିଲ୍ କରାଯାଇଛି।

Related Posts

About The Author

Add Comment