ସମ୍ବଲପୁର: ଯୁବତୀଙ୍କ ମୃତଦେହ ଉଦ୍ଧାର, ଗଣଦୁଷ୍କର୍ମ ସନ୍ଦେହ
ସମ୍ବଲପୁର: ଯୁବତୀଙ୍କ ମୃତଦେହ ଉଦ୍ଧାର, ଗଣଦୁଷ୍କର୍ମ ସନ୍ଦେହ
Manas Kumar Rout |
October 26, 2018 |
ସମ୍ବଲପୁର,୨୬/୧୦ (ସନ୍ଧାନ ନିୟୁଜ): ସମ୍ବଲପୁର ରେଙ୍ଗାଲିଠାରେ ଶୁକ୍ରବାର ଅପରାହ୍ନରେ ଜଣେ ଯୁବତୀଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ଉଦ୍ଧାର ହୋଇଥିବା ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ସୂଚନାଯୋଗ୍ୟ, ଆଜି ଚାଷୀମାନେ ବିଲକୁ ହଳ ପାଇଁ ଯିବା ସମୟରେ ଜଣଙ୍କ ଧାନ ବିଲରେ ଜଣେ ଯୁବତୀଙ୍କ ଅର୍ଦ୍ଧନଗ୍ନ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହି ମୃତଦେହ ଦେଖି ସ୍ଥାନୀୟଲୋକେ ଗ୍ରାମବାସୀଙ୍କୁ ସୂଚନା ଦେବା ପରେ ପୁଲିସକୁ ବି ଏନେଇ ଖବର ଦିଆଯାଇଥିଲା। ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ଏହି ଘଟଣାକୁ ନେଇ ଚାଷୀମାନେ ସମ୍ବଲପୁର ଜିଲ୍ଲାର ପ୍ରତ୍ୟେକ ପ୍ରବେଶପଥକୁ ତିନିଘଣ୍ଟା କାଳ ବନ୍ଦ କରି ରଖିଥିଲେ। ସମସ୍ତ ପ୍ରବେଶପଥକୁ ବନ୍ଦ କରିବା ଥିବା ହେତୁ ଯାତାୟାତରେ ଅନେକ ଅସୁବିଧା ହେବା ସହ ଗାଡ଼ିଗୁଡ଼ିକ ଲମ୍ବା ଧାଡ଼ି ହୋଇ ରାସ୍ତାରେ ଛିଡା ହୋଇଥିଲା।
Related Posts
About The Author