ସମ୍ବର୍ଦ୍ଧିତହେଲେ ଓଡିଶୀ ନୃତ୍ୟଶିଳ୍ପୀ ପ୍ରଜ୍ଞା ପ୍ରିୟଦର୍ଶିନୀ ବେହେରା

Spread the love
କଟକ, ୨୮/୪/୨୦୨୧ (ସନ୍ଧାନ ନିଉଜ) : କଟକ ସଦର ଅନ୍ତର୍ଗତ କଳାବିହାର,କନ୍ଦରପୁର ଅଞ୍ଚଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସରସ୍ୱତୀ କଳା ପରିଷଦ(ଏସକେପି) ପକ୍ଷରୁ ଓଡିଶୀ ନୃତ୍ୟକଳା,ଶିକ୍ଷାଦାନ ଦିଗରେ ଉଲ୍ଲେଖନୀୟ କୃତିତ୍ୱର ସ୍ୱୀକୃତି ସ୍ୱରୂପ କଟକ ଜିଲ୍ଲା ସିଦ୍ଧେଶ୍ୱରପୁର ଉପକଣ୍ଠ କଇଜଙ୍ଗା ମାଟିର କୃତି ସନ୍ତାନ ତଥା ସମାଜସେବୀ ପ୍ରକାଶ ବେହେରାଙ୍କ ସୁକନ୍ୟା ପ୍ରଜ୍ଞା ପ୍ରିୟଦର୍ଶିନୀ ବେହେରାଙ୍କୁ  ମର୍ଯ୍ୟାଦାଜନକ “ସରସ୍ୱତୀ କଳା ପ୍ରତିଭା ସମ୍ମାନ – ୨୦୨୧” ପ୍ରଦାନ କରାଯାଇଛି । ଏହି ସମ୍ମାନ ପରିଷଦର ସମ୍ପାଦକ ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ,କାର୍ଯ୍ୟକାରିଣୀ ସଦସ୍ୟ ବାବା ବାବୁ ଏବଂ ଅନ୍ୟାନ୍ୟ ସଦସ୍ୟ ବର୍ଗ ନୃତ୍ୟଶିଳ୍ପୀ ବେହେରାଙ୍କୁ ତାଙ୍କ କଇଜଙ୍ଗା ବାସଭବନରେ ଭେଟି ମାନପତ୍ର,ଉତ୍ତରୀୟ ଆଉ ପୁଷ୍ପଗୁଚ୍ଛ ପ୍ରଦାନ କରିବାସହ ତାଙ୍କ ଉଜ୍ଵଳ ଭବିଷ୍ୟତ କାମନା କରିଛନ୍ତି । ସୂଚନାଯୋଗ୍ୟ,ପ୍ରଜ୍ଞା ପ୍ରିୟଦର୍ଶିନୀ ବେହେରା ସରସ୍ୱତୀ ସଂଗୀତ ବିଦ୍ୟାଳୟର ପୂର୍ବତନ ଆଦର୍ଶ ଛାତ୍ରୀ ଏବଂ ଅଧୁନା ଯାଜପୁର ରୋଡସ୍ଥିତ ପ୍ରୟାସ ହାୟର ସେକେଣ୍ଡାରୀ ସ୍କୁଲର ଶିକ୍ଷୟତ୍ରୀଭାବେ  ସୁପରିଚିତ ଅଟନ୍ତି ।

Related Posts

About The Author

Add Comment