ସମ୍ପାଦକୀୟ: ନିର୍ବାଚନ ସଂସ୍କାର ୧-‘ନୋଟା’

Spread the love

ଭାରତରେ ଏବେ ନିର୍ବାଚନର ମାହୋଲ । ନିର୍ବାଚନର ଉଷ୍ମତା ଚଳିତ ବର୍ଷ ଅଧିକ ଭାବରେ ଘନୀଭୂତ ହୋଇଛି । କିନ୍ତୁ ଅନେକ ସ୍ଥାନରେ ଭୋଟର ମାନଙ୍କ ଉପରେ ଏହାର ପ୍ରଭାବ ପଡୁଥିବା ବେଳେ ହୁଏତ ଏଥର ଭୋଟର ମାନେ ଅଧିକ ସଚେତନଶୀଳ ଲାଗୁଛନ୍ତି । କିନ୍ତୁ ଏଭଳି ପରୀପ୍ରେକ୍ଷୀରେ ରାଜନୌତିକ ଦଳ ଗୁଡିକ ଦ୍ୱାରା ବଛାଯାଇଥିବା ପାର୍ଥୀ ମାନଙ୍କର ଯୋଗ୍ୟତାକୁ ତଉଲିବାର ସମୟ ଆସିଥିବା ବେଳେ ସେମାନର ଅଯୋଗତ୍ୟକୁ ମାଫିବାର କ୍ଷମତା ଭୋଟରଙ୍କ ପାଖରେ ରହିଛି । ମାତ୍ର ଭୋଟର ମାନଙ୍କୁ ଏଭଳି ଭାବରେ ପ୍ରଭାବିତ କରାଯାଉଛି ତାହା ମଧ୍ୟ ଅନେକକାଂଶରେ ସଚେତନଶୀଳ ନାଗରିକ ଭାବି ମଧ୍ୟ ଉତ୍ତମ ପାର୍ଥୀ ନିର୍ବାଚନ ମଇଦାନକୁ ଆଣବାରେ ସକ୍ଷମ ହେଉନାହିଁ । ଚଳିତ ନିର୍ବାଚନରେ ଅଂଶ ଗ୍ରହଣ କରିଥିବା ସମସ୍ତ ପାର୍ଥୀଙ୍କୁ ଅନୁଧ୍ୟାନ କଲେ ଏକଥା ସ୍ପଷ୍ଟ କେବଳ ଲକ୍ଷପତିରୁ କୋଟିପତି ହୋଇଥିଲେ ସେମାନେ ନିର୍ବାଚନ ଲଢିବା ଯୋଗ୍ୟତା ହାସଲ କରିଛନ୍ତି । କାରଣ ସମସ୍ତ ପାର୍ଥୀଙ୍କ ମଧ୍ୟରୁ ମାତ୍ର ୧ପ୍ରତିଶତ ଗରିବ ଶ୍ରେଣୀର ରହିଛନ୍ତି । ଅନ୍ୟ ପକ୍ଷରେ ଦେଶର ବୃହତ ରାଜନୌତିକ ଦଳ ଗୁଡିକ କେବଳ ଟଙ୍କାଥିବା ଲୋକଙ୍କୁ ନିଜର ପାର୍ଥୀ କରିଥିବା ବେଳେ କେତକ ଏଭଳି ବ୍ୟକ୍ତି ଅପରାଧରେ ମଧ୍ୟ ଲିପ୍ତରହି ନିର୍ବାଚନ ଲଢୁଚନ୍ତି । ଆଉ ଆମ୍ଭର ନାଗରିକ ମାନେ ନିଜକୁ କୌଣସି ନିଦ୍ଧିଷ୍ଟ ଦଳର କର୍ମୀ ସଜାଇ ତାଙ୍କ ପାଇଁ ପ୍ରଚାର କରିବାରେ ଲାଗିପଡିଛନ୍ତି । ଏପରି ସମୟରେ କେତେ ଜଣ ସୁରାଷ୍ଟ୍ର ଏବଂ ସମାଜର ଚିନ୍ତନକାରୀ ସଚେତନ ନାଗରିକ ସମାଜର ମଙ୍ଗଳ ପାଇଁ ବିଚାର କରି ମଧ୍ୟ ନିରୁପାୟ ହୋଇ କିକର୍ତ୍ତବମୃଢ ହୋଇ ରହିଯାଉଛନ୍ତି । ଯଦିଓ ଭୋଟରଙ୍କ ପାଖରେ ନିର୍ବାଚନରେ କୌଣସି ବି ପାର୍ଥୀଙ୍କ ଅଯୋଗ୍ୟ ସାବସ୍ତ୍ୟ କରିବା ପାଇଁ ‘ନୋଟା’ ନାମକ ଏକ ଭୋଟିଂଙ୍ଗ ଅସ୍ତ୍ର ରହିଛି ତଥାପି ଏହା ନିଜର ଆବଶ୍ୟକତା ଏବଂ ଲକ୍ଷ୍ୟ ସାଧନ କରିବାରେ ଅସମର୍ଥ । ଯଦି ଆମ୍ଭେ ଏହାର ‘ନୋଟା’, ନଗାରିକ ଏବଂ ପାର୍ଥୀଙ୍କର କେତେକ କଥାକୁ ଆଲୋଚନା କରିପାରିବା ତେବେ ଏହା ସିଦ୍ଧହେବ ଯେ ଏହା ଦରକାରୀ କି ନାହିଁ ? ଯଦି ଦରକରୀ ତେବେ ଏହା କେତେ ପ୍ରତିଶତ ନିଜର ଲକ୍ଷ୍ୟ ସାଧିତ କରିପାରିଛି । କିମ୍ଭା ଏଥିରେ ଆଉ କଣ ଅଧିକ ଯୋଗ କରି କାର୍ଯ୍ୟକ୍ଷ୍ୟମ କରାଗଲେ ଏହା ହୁଏତ ନିଜର ପକୃତ ଲକ୍ଷ୍ୟ ସାଧିତ କରିପାରିବ । ପ୍ରଥମେ ତ କୌଣସି ଚିନ୍ତାଶୀଳ, ବୁଦ୍ଧିଜୀବି, ଏବଂ ସଚେତନ ନାଗରିକ ନିର୍ବାଚନରେ କୁଳଷୁତ ଦୃଷ୍ଟିରୁ ଏଥିରେ ଅଂଶ ଗ୍ରହଣ କରିବାକୁ ଚାହୁନାହାନ୍ତି । ଅପର ପକ୍ଷରେ ଏହିବ୍ୟକ୍ତି ମାନେ ମଧ୍ୟ କେବେବି ରାଜନୌତିକ ମଇଦାନରେ ଯେ କୌଣସି ପାର୍ଥୀଙ୍କୁ ଅଯୋଗ୍ୟ କରିବା ଉଦେ୍ଧଶ୍ୟରେ ପ୍ରଚାର ପ୍ରସାର କରୁନାହାନ୍ତି । ଗଣମାଧ୍ୟରେ ସମ୍ଭଲେଖୁଥିବା ବ୍ୟକ୍ତିମାନେ ଯେହେୁତୁ ନିଜର କୌଣସିମତେ ନିର୍ବାଚନରେ ଅଂଶ ଗ୍ରହଣ କରିପାରୁଛନ୍ତି ବା ନିଜର ପକ୍ଷରେ ଅଧିକରୁ ଅଧିକ ଅର୍ଥନୌତିକ ଲାଭବାନା ହୋଇପାରୁଛନ୍ତି ସେଥିପାଇଁ ଏହି ‘ନୋଟା’ ସପକ୍ଷରେ କେବେବି ଖୋଲା ବିର୍ତକ କିମ୍ଭା ନିଜର ସମ୍ବାଦପତ୍ରରେ ଏକ ସ୍ତମ୍ଭ ଲେଖିବାକୁ ଇଚ୍ଛାପ୍ରକାଶ କରୁନାହାନ୍ତି । ଫଳରେ ନୋଟା ଯଦିଅ ଏକ ଅସ୍ତ୍ର ରୁପେ ନିର୍ବାଚନରେ ଉଭା ହୋଇଛି କିନ୍ତୁ ନିଜର ଗୁରୁତ୍ୱ ହରଇବାରେ ଲାଗିଛି । ନକଟରେ ସଦ୍ୟ ଶେଷ ହୋଇଥିବା ୨୦୧୭ରେ ଗୁଜୁରାଟ ନିର୍ବାଚନ ଏବଂ କଣ୍ଣାଟକ, ମଧ୍ୟ ପ୍ରଦେଶ, ରାଜସ୍ଥାନରେ ଯଦିଓ ନୋଟାର ଭୋଟ ହାର ବୃଦ୍ଧି ପାଇଛି ତଥାପି ସେ ଆଶାତୀଷ ସଫତଳା ଲାଭ କରିପାରିନାହିଁ । ୨୦୧୪ରେ ରାଜ୍ୟସଭା ନିର୍ବାଚନରେ ନୋଟାକୁ ବ୍ୟବହାର କରାଯାଇଥିଲା । ଏହାକୁ ଅହମଦବାଦର ଏନ.ଆଇ.ଡି (ନ୍ୟାସନାଲ ଇନ୍ସିଚ୍ୟିଉଟ୍ ଅଫ ଡିଜାଇନ) ପ୍ରସ୍ତୁତ କରିଥିବା ବେଳେ ସୁପ୍ରିମକୋର୍ଟଙ୍କ ଆଦେଶରେ ଏହା ସାରା ଭାରତରେ ପ୍ରଚଳନ କରାଯାଇଥିଲା । ନୋଟା ଏକ ଇଂରାଜୀ ଶବ୍ଦ ଏନ.ଓ.ଟି.ଏ ( ନନ ଅଫ ଦ ଏଭବ) ଯାହାର ଓଡଆ ଅର୍ଥ ‘ଏମାନଙ୍କ ମଧ୍ୟରୁ କୌଣସି ନୁହେଁ’ । ଭାରତ ବର୍ଷରେ ନିର୍ବାଚନ କୌଣସି ସ୍ଥାନରେ ଆଜି ପ୍ରର୍ଯ୍ୟନ୍ତ ନୋଟା ଦ୍ୱାରା କୌଣସି ପାର୍ଥୀକୁ ବା କୌଣସି ନିର୍ବାଚନ କ୍ଷେତ୍ରରେ ସମସ୍ତ ପାର୍ଥୀ ମାନଙ୍କୁ ଅଯୋଗ୍ୟ ସିଦ୍ଧ କରାଯାଇ ପାରିନାହିଁ । ତାହାର କାରଣକୁ ଆଲୋଚନା କରିଲେ ହୁଏତ ଏହା ଜଣାପଡିବ ଯେ ନୋଟାକୁ କେବଳ ଚିନ୍ତାଶୀଳ ନାଗରିକ ବା ବୁଦ୍ଧିଜୀବି ବ୍ୟବହାର କରୁଛନ୍ତି । ମାତ୍ର ପ୍ରତି ନିର୍ବାଚନ ବିଧାନସଭା କ୍ଷେତ୍ର ହେଉ ବା ରାଜ୍ୟସଭା କ୍ଷେତ୍ର କେତେ ପ୍ରତିଶତ ଏଭଳି ବୁଦ୍ଧିଜୀବି ବା ଚିନ୍ତାଶୀଳ ନାଗରିକ ରହୁଛନ୍ତି । ନିଶ୍ଚିତ ପକ୍ଷେ ଭୋଟରଙ୍କ ହାର ଠାରୁ ଯଥେଷ୍ଟ କମ୍ । ପୁଣି ଯେତିକି ବି ଥିବେ ସେମାନେ ତ ନୋଟାକୁ ବ୍ୟବହାର କରିବା ପାଇଁ ସମସ୍ତ ନାଗରକଙ୍କ ଉଦେ୍ଧଶ୍ୟରେ ଏହାର ପ୍ରଚାର ପ୍ରସାର କରିବେ ନାହିଁ । ଫଳରେ ନୋଟାରେ ମାତ୍ର ଖୁବୁ କମ ପ୍ରତିଶତ ଭୋଟ ପଡିବା ଫଳରେ ନୋଟା ଏକ ଅଦରାକରୀ ଭୋଟିଙ୍ଗ ଅସ୍ତ୍ର ଭାବେ ନିଜର ଅସ୍ଥିତ କେବଳ ବଜାୟ ରଖିବ କିନ୍ତୁ ନିଜର ଲକ୍ଷ୍ୟରେ ପଂଚହି ପାରିବ ନାହିଁ । ଅନ୍ୟପଟରେ ନୋଟାରେ ଦେବା ପୁର୍ବରୁ ସେ ନାଗରିକ ଜଣକ ସୁବିଚାରରେ ସମସ୍ତ ପାର୍ଥୀ ମାନଙ୍କ ଯୋଗତ୍ୟ ନିଶ୍ଚିତ ଭାବରେ ତଉଲିଥିବ । ମାତ୍ର ପ୍ରତିଟି କ୍ଷେତ୍ରରେ ଏଭଳି ସଚେତନଶୀଳ ନାଗରିକ ସଂଖ୍ୟା ବହୁ କମ । ଯଦି ନୋଟା ନିଜର ଲକ୍ଷରେ ପଂହଚିବାକୁ ହେବ ତେବେ ନିର୍ବାଚନ କମିଶନ ନୋଟା ପାଇଁ ଅନ୍ୟ କେତକ ଗୁରୁତ୍ୱ ବହନ କରୁଥିବା ଦିଗକୁ ଦୃଷ୍ଟି ଦେଇ ତାହାକୁ କାର୍ଯ୍ୟକ୍ଷମ କରିପାରିଲେ ହୁଏତ ନୋଟା ତାହାର ଗାରିମା ବଜାୟ ରଖିପାରିବ । ପ୍ରଥମତଃ ନୋଟାରେ ଭୋଟ ଦେଉଥିବା ସଚେତନଶୀଳ ନାଗରିକ ମାନଙ୍କର ଗୋଟିଏ ଭୋଟହାର ସାଧରଣ ନାଗରିକଙ୍କ ଭୋଟହାର ଠାରୁ ଯଥେଷ୍ଟ ଅଧିକ ମୁଲ୍ୟ ବହନ କରିବା ଆବଶ୍ୟକ । ନଚେତ ନୋଟାର ଭୋଟ ପତ୍ୟକ ନିର୍ବାଚନ କ୍ଷେତ୍ର ପାଇଁ ୨୦ପ୍ରତିଶତ ବା ନିଦ୍ଧିଷ୍ଟ ପ୍ରତିଶତ ସ୍ଥିରୀକୃତ କରାଯାଉ । ଏହି ପ୍ରତିଶତ ହେବା ପରେ ପାର୍ଥୀ ମାନେ ନିଜର ଯୋଗ୍ୟତା ହରାଇବେ ପାଇଁ ବାଧ୍ୟ ହେବେ । ଏବଂ କେତକ ପାର୍ଥୀ ପାଇଁ ଅତ୍ୟନ୍ତ ୫ବର୍ଷ ବ୍ୟବଧାନରେ ଥରେ ଛିଡା ହେବାର ନିୟମ କରାଯିବା ସହିତ ଅତିକମ୍ରେ ତିନୋଟି ନିର୍ବାଚନ ବର୍ଷରେ ଛିଡା ହୋଇପାରିବେ ବୋଲି ନିୟମ ପ୍ରଣୟନ କରାଯାଉ । ତାହା ପରେ ସେମାନେ ଅନ୍ୟ କୌଣସି କ୍ଷେତ୍ରରୁ ଛିଡା ହେବା ପାଇଁ ଯୋଗ୍ୟତାକୁ ରଦ୍ଧ କରାଯାଉ । ପ୍ରତ୍ୟକ ପାର୍ଥୀ ମାନଙ୍କ ନମନ୍ତେ ଏକ ସୁପାର୍ଥୀ ନିମନ୍ତେ ଏକ ଯୋଗ୍ୟତା ମାପଦଣ୍ଡ ପ୍ରଣୟଣ କରାଯାଉ । ଆଉ ସର୍ବପରି ନିର୍ବାଚନରେ ଟଙ୍କାର ବ୍ୟବହାରକୁ ଲୋପ କରାଯାଉ । ନୋଟା ବ୍ୟବହାର ଉପରେ ବ୍ୟାପକ ସଚେତନତା ସୃଷ୍ଟି କରିବା ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ । ନିର୍ବାଚନ ମଇଦାନରେ ପାର୍ଥୀ ମାନଙ୍କ ଯୋଗ୍ୟତା ଏବଂ ସେମାନଙ୍କ ନାମରେ ମାମଲା ରହିଛି କି ନାହିଁ ତାହା ଗଣମଧ୍ୟମ ଜରିଆରେ ସର୍ବସମ୍ମୁଖରେ ପ୍ରକାଶ କରାଯାଉ । ଏଭଳି କରାଯିବା ଫଳରେ ଅନେକ ଯୋଗ୍ୟ ପାର୍ଥୀ ରାଜନୀତିକୁ ପ୍ରବେଶ କରିବାର ସୁଯୋଗ ପାଇବେ ଏବଂ ଅଯୋଗ୍ୟ ପାର୍ଥୀ ମାନେ ଯେପରି କ୍ଷମତାକୁ ବାହୁବଳରେ ଅହରୋଣ କରି ଲୁଟପାଟ ଚଳାଇଛନ୍ତି ତାହା ଲୋପପାଇବାରେ ସହାୟକ ହେବ ସହିତ ନିର୍ବାଚନ ମଧ୍ୟ ଅନେକ ସଂସ୍କାର ଆସିପାରିବ । ତେବେ ନିର୍ବାଚନ କମିଶନ ଏହାକୁ କେତେଦୂର ଗ୍ରହଣ କରିବେ ଏବଂ ଚିନ୍ତାଶୀଳ ବ୍ୟକ୍ତି ମାନେ ଏହାକୁ ତର୍ଜମା କରି ନିର୍ବାଚନ କମିଶନଙ୍କ ନିକଟରେ ଦାବି ଉପସ୍ଥାପନ କରିବେ ତାହା ଗତିଶୀଳ ସମୟରେ ଜନସାଧରଣଙ୍କ ନିକଟକୁ ଆସିବ ବୋଲି ନିଜସ୍ୱ ମତ । ତେବେ ଶେଷରେ ନିର୍ବାଚନ କମିଶନ ଏହା ଉପରେ ଦୃଷ୍ଟି ଦେଉ ପରିବତ୍ତନ କରି ନୋଟାକୁ ଦରକାରୀ ସାବସ୍ତ୍ୟ କରି ନିଜର ଲକ୍ଷ୍ୟରେ ଆଗେଇ ଆସିବାରେ ସାହାର୍ଯ୍ୟ କରିବା ହୁଅନ୍ତୁ ।
ମାନସ କୁମାର ରାଉତ (ଗବେଷକ ତଥା ସମ୍ପାଦକ ସନ୍ଧାନ ନିୟୁଜ)
କଦଳା, ହରିଦାସପୁର, ଧର୍ମଶାଳା, ଯାଜପୁର ମୋ-୯୪୩୭୮୧୯୭୩୫

Related Posts

About The Author

Add Comment