ସମ୍ପାଦକୀୟ: ଦ୍ୱିତୀୟ ବ୍ରାହ୍ମଣୀ ନଦୀରେ ସେତୁ ଏବଂ ୫୩ନଂ ଚାରି ଥାକିଆ ନିର୍ମାଣ ପ୍ରସଙ୍ଗ: ଆଉ ନୁହେଁ ଗୁହାରୀ.. ବଡ ବିପ୍ଳବ ପାଇଁ ସଜାବାଜ ହୁଅ!

Spread the love

କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଚଳିତ ନିର୍ବାଚଳରେ ଜନସାଧରଣଙ୍କ ଟିକସକୁ ନିଜର ରାଜନୌତିକ ଲାଳସା ପୂର୍ଣ୍ଣ କରିବା ପାଇଁ ବ୍ୟବହାର କରିି ରାଜକୋଷ ଶୂନ କରିଦେଇଛନ୍ତି । ଏହାର ଭରଣ କରିବା ପାଇଁ ଅନ୍ୟ କୌଣସି ଉପାୟ ବାହାର ନକରି ନୂତନ କରି ଏମ ଭି.ଆଇ ଆଇନକୁ ଲାଗୁ କରାଇ ସାଧରଣ ଏବଂ ମଧ୍ୟବର୍ତ୍ତି ଜନତାଙ୍କ ଉପରେ ଯେଉଁ ମୋଟା ଅଙ୍କର କର ନିର୍ଦ୍ଧାରଣ କରିଛନ୍ତି ତାହାଯେ କେଳବ ରାଜକୋଷ ପୂର୍ଣ୍ଣ ପାଇଁ ତାହା ସହଯେ ଅନୁମେୟ । ଏହାକୁ ନେଇ ମଧ୍ୟ ପୋଲିସ ବିଭାଗକୁ ଯେଉଁଭଳି ବ୍ୟବହାର କରିଛୁ ତାହା କେବଳ ସେମାନଙ୍କୁ ଭୋଗିବାକୁ ଅଳ୍ପ ସମୟ ଲାଗିବ । ସେମାନେ ଭୁଲି ଯାଉଛନ୍ତି ଗଣତନ୍ତ୍ରରେ ଜନତା ଜନାର୍ଦ୍ଧନ । ସେମାନେ ଯେତେ କଳ ବଳ କୌଶଳ କରି ଭୋଟ ହାତେଇ ନେଉଛନ୍ତି ମାତ୍ର ତାହା ଆବଶ୍ୟକ ହେଲେ ଗୋଟିଏ ପକ୍ଷରେ ବି ଚୁନମାର ହୋଇପାରିବ । ଉଦାହରଣ ଭାବେ ଭର୍ସାଇଲ ରାଜ ପ୍ରସାଦ ବାପ୍ରାନ୍ସ ବିପ୍ଳବକୁ ଗ୍ରହଣ କରାଯାଉ । ଯାଜପୁର ଜିଲ୍ଲାର ୫୩ନମ୍ବର ଜାତୀୟ ରାଜପଥ ଏଠାକାର ଜନସାଧରଣଙ୍କ ପାଇଁ ମରଣ ଜନ୍ମା ପାଲଟିଛି । ପ୍ରତିଦିନ ଏହି ଅଂଚଳର ନିରୀହ ଲୋକେ ଦୃର୍ଘଟଣାର ଶିକାର ହୋଇ ଯିବନ ଯାଉଛି । ଏପରକି ବହୁ ଲୋକ ବିକଳାଙ୍ଗ ହୋଇ ନିଜର ସବୁକିଛି ହରାଉଛନ୍ତି । ଏହାର ମରାମତି ଏବଂ ଦିତ୍ୱୀୟ ରାଜପଥ ନିର୍ମାଣ ଗତିପ୍ରତିରୋଧ ପରିଚାଳନା, କ୍ରସର ବନ୍ଧ ଆଦି କରିବା ବିଭିନ୍ନ ଦାବି ନେଇ ସ୍ଥାନୀୟ ଜନସାଧରଣ ସଚେତନ ନାଗରିକ ମଂଚ ଗଠନ କରି ଜିଲ୍ଲାପାଳ, ଏନଏଚ ଅଧିକାରୀ, ଏସପି ମନ୍ତ୍ରୀଙ୍କୁ ବହୁବାର ଗୁହାରୀ କରିବା ସହିତ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ନେହୁରା ହୋଇଛନ୍ତି । ମାତ୍ର ଅଦ୍ୟବିଧି ଏହାର ସମାଧାନ କରିବା ଦିଗରେ ଯେପରି କାହାରି ଆନ୍ତରିକତା ନଥିବା ପରି ମନେ ହେଉଛି । ମଦ୍ୟପ ଚାଳକଙ୍କ ଦ୍ୱାରା ଗାଡି ଚାଳନାକୁ ରୋକିବା ବଦଳରେ ବିଭିନ୍ନ ଆଇନ ତିହାରି କରି ସେଥିରୁ ଅର୍ଥ ରୋଜଗାର କରିବାରେ ଲାଗିପଡିଛନ୍ତି ରାଜ୍ୟ ଏବଂ କେନ୍ଦ୍ର ସରକାର । ଏପରକି ସ୍ଥଳେ ଜନସାଧରଣ ଆଉ ଗୁହାରୀ କରିବା ବଦଳରେ ବିପ୍ଳବ ଅଭିମୁଖେ ଅଗ୍ରସର ହେବା ଉଚ୍ଚିତ । ମହାତ୍ୱାଗାନ୍ଦୀଙ୍କ ଆଦର୍ଶକୁ ଆମଣ ନେତା ମନ୍ତ୍ରୀ ଏବଂ ଅଧିକାରୀ ମାାନ କେବଳ ଭାଷଣରେ ସୀମିତ କରିଛନ୍ତି । ମାତ୍ର ଏମାନେ ସୁବାଷ ଭୋଷ ଭଳି କୋଠର ପନ୍ଥୀଙ୍କ କାର୍ଯ୍ୟକଳାପକୁ କାର୍ଯ୍ୟକାରୀ କରିଥାନ୍ତି । ଭଲରେ କହିବା ଦ୍ୱାରା ଏମାନେ ତୁରନ୍ତ ଏହାର ସମାଧାନ କରିବେ ନାହିଁ । ତେଣୁ ଆମ୍ଭମାନଙ୍କୁ ବଂଚିବା ପାଇଁ ନିଜର ଉଦ୍ୟମ କରିବା ସହିତ ବଡଧରଣ ବିପ୍ଳବ ଗଢ଼ିତୋଳିବା ପାଇଁ ଆହ୍ୱାନ କରୁଛି । ଏପରକି ହେଲେ ରାଜ୍ୟ ଏବଂ କେନ୍ଦ୍ର ସରକାର ତୁରନ୍ତ ଏହାର ସମାଧାନ କରିପାରିବରେ ହେଳା କରିବନି ବୋଲି ଆଶ ରଖୁଛି ।

Related Posts

About The Author

Add Comment