ସମ୍ପର୍କରେ ଲାଗିଲା କଳଙ୍କ ଛିଟା ;ଝିଆରୀକୁ ବଳାତ୍କାର,କାକା ଗିରଫ

Spread the love

ବାରିପଦା, ୨୮/୦୭/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) : ପୁଣି ସଂପର୍କରେ ଲାଗିଲା କଳଙ୍କ ଛିଟା।ସଂପର୍କକୁ ଭୁଲି ନିଜର ଝିଆରୀକୁ ବଳାତ୍କାର କରିଛି କାକା।ଯାହାକୁ ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଆଧାର କରି ପୁଲିସ୍ ଆଭିଯୁକ୍ତ କାକା ବସନ୍ତ ମହାନ୍ତଙ୍କୁ ଗିରଫ କରିଛି। ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନାରେ। ଅଭିଯୋଗ ଅନୁସାରେ, ଉଦଳା ଥାନା ଅଂଚଳର ଜଣେ ୧୨ବର୍ଷର ନାବାଳିକା ଗତ ୨୨ତାରିଖ ଦିନ ନିଜ ଘର ନିକଟରେ ଥିବା ମାମୁଁ ଘରକୁ ଚାଲି ଚାଲି ଯାଉଥିଲେ। ସେହି ସମୟରେ ତାର ସଂପର୍କୀୟ କାକା ଶରତ ଥାନା କଟୁରୀଆ ଗ୍ରାମର ବସନ୍ତ ମହାନ୍ତ ନିଜର ଅନ୍ୟ ଦୁଇ ସାଥିଙ୍କ ସହିତ ନାବାଳିକା ନିକଟରେ ପହଞ୍ଚିଥିଲା। ନାବାଳିକାକୁ ନିଜର ସହଯୋଗୀମାନଙ୍କ ସହିତ ନିକଟସ୍ଥ ଜଙ୍ଗଲକୁ ଟେକି ନେଇ ସେଠାରେ ବଳାତ୍କାର କରିଥିଲେ।କାକା ବସନ୍ତ ତେବେ ନାବାଳିକା ଜଣକ ଚିତ୍କାର କରିବା ଦ୍ବାରା ପାଟିଶୁଣି ସେଠାରେ ଅନ୍ୟ ଲୋକ ପହଂଚିବା ପରେ ଅଭିଯୁକ୍ତ କାକା ସମେତ ତାର ଦୁଇ ସହଯୋଗୀ ସେଠାରୁ ଖସି ଚାଲିଯାଇଥିଲେ।ପରେ ନାବାଳିକା ଜଣକ ଘରେ ପୁରା ଘଟଣା ବାବଦରେ ଜଣାଇବା ପରେ ଏ ନେଇ ପରିବାର ଲୋକେ ସଂପର୍କୀୟ କକାଙ୍କ ନିକଟରେ ଘଟଣା ବାବଦରେ ପଚାରି ବୁଝିବାକୁ ଯାଇଥିଲେ। ହେଲେ ସେଠାରେ ନାବାଳିକାଙ୍କ ପରିବାର ଲୋକଙ୍କୁ ବସନ୍ତ ମହାନ୍ତ ଧମକ ଦେବା ସହିତ ଅଶୀଳ ଭାଷାରେ ଗାଳିଗୁଲଜ କରିଥିଲେ।ଯାହା ପରେ ନାବାଳିକାଙ୍କ ବାପା ଏ ନେଇ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ପୁଲିସ୍ ତଦନ୍ତି କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛି।

Related Posts

About The Author

Add Comment