ବ୍ରହ୍ମପୁର (ସନ୍ଧାନ ନିୟୁଜ୍ ): କୁହୁଡି ଯୋଗୁଁ ମଝି ସମୁଦ୍ରରେ ଡଙ୍ଗାକୁ ପିଟିଲା ଡଙ୍ଗା । ଗୋପାଳପୁର ସମୁଦ୍ର ମଝିରେ ଦୁଇଟି ମାଛଧରା ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଛି । ମାଛ ଧରିବାକୁ ଯିବାବେଳେ ଉଚ୍ଚ ଲହଡି ଯୋଗୁଁ ଗୋଟିଏ ଡଙ୍ଗାରେ ପିଟି ହୋଇଥିଲା ଅନ୍ୟ ଏକ ଡଙ୍ଗା । ସକାଳେ ପ୍ରବଳ କୁହୁଡ଼ି ଯୋଗୁଁ ଆଗରେ ଉଚ୍ଚ ଲହଡିକୁ ଦେଖି ପାରିନଥିଲେ ମାଛ ଧରାଳି । ଫଳରେ ଗୋଟିଏ ଡଙ୍ଗା ଅନ୍ୟ ଏକ ଡଙ୍ଗାରେ ଧକ୍କା ଦେଇଥିଲା ।
ଏଥିରେ ଦୁଇଟି ଡଙ୍ଗା ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବାବେଳେ ଲକ୍ଷାଧିକ ଟଙ୍କାର ଜାଲ ନଷ୍ଟ ହୋଇଯାଇଛି । ଉଦ୍ଧାରକାରୀ ଦଳ ପହଞ୍ଚି ଡଙ୍ଗାରେ ଥିବା 18ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ସେଥିମଧ୍ୟରୁ 4ଜଣ ମତ୍ସ୍ୟଜୀବୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।