ସମୁଦ୍ର ଭିତରୁ ରକ୍ତ ଜୁଡ଼ୁ ବୁଡ଼ୁ ପୋତା ହୋଇ ଥିବା ଅବସ୍ଥାରେ ମିଳିଲା ମୃତ ଦେହ

Spread the love

ବାହାନଗା, ୨୬/୦୧/୨୧ (ସନ୍ଧାନ ନିଉଜ) : ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡି ଅଧିନ ଓସଙ୍ଗ ଗ୍ରାମର ସୁରେନ୍ଦ୍ର ମଳିକଙ୍କ ପୁଅ ଜୟନ୍ତ ମଳିକ(୩୨) ଫୋନ କଲ ପାଇ ଘରୁ ଯାଇ ଆଉ ନ ଫେରି ନଥିଲେ । ଘର ଲୋକେ ଖୋଜା ଖୋଜି କରି ନ ପାଇବାରୁ ନିଖୋଜ ଯୁବକଙ୍କର ପତ୍ନୀପାର୍ବତୀ ଗୋପାଳପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଗୋପାଳପୁର ପୋଲିସ ସୋମବାର ଦିନ ସକାଳେ ଘଟଣା ସ୍ଥଳକୁ ଯାଇ ଖୋଜା ଖୋଜି କରି ସ୍ଥାନୀୟ ଲୋକକଙ୍କ ସୂଚନା ଅନୁସାରେ ସମୁଦ୍ର ଆଡ଼ି ନିକଟରେ ଥିବା ବହ୍ନି ଜଙ୍ଗଲରୁ ଦୁଇଟି ରକ୍ତ ଭିଜା ଜାକେଟ ପାଇ ତଦନ୍ତ କରି ଫେରି ଆସିଥିଲେ । ଅପରାହ୍ନରେ କିଛି ମତ୍ସଜୀବୀ ସମୁଦ୍ରକୁ ଚିଙ୍ଗୁଡ଼ି ଯାଆଁଳ ଧରି ବାକୁ ସମୁଦ୍ର ଭିତରକୁ ଯିବା ବେଳେ ସମୁଦ୍ର ଆଡ଼ି ଠାରୁ ୧କିମି ଦୁର ସମୁଦ୍ର ଭିତରେ ଏକ ଗାତ ହୋଇ ଥିବାର ଦେଖି ବାକୁ ପାଇ ଗ୍ରାମକୁ ଖବର ଦେଇଥିଲେ । ଖବର ପାଇ ଗ୍ରାମବାସୀ ମାନେ ସେଠାରେ ସ ନ୍ଦେହ କରି ଖୋଳି ବାରୁ ଯୁବକଙ୍କର ମୃତ ଦେହ ଏକ ଦୌଡ଼ିରେ ବେକରେ ଫାସି ସହ ହାତ ଓ ଗୋଡ଼ ବନ୍ଧା ହୋଇ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଖୋଳି ପାଇ ଥିଲେ । ଖବର ପାଇ ଖନ୍ତାପଡ଼ା ଥାନା ପୋଲିସ ଏଏସଆଇ ହୃଦୟ ମାଧବ ଦାସ ପଟ୍ଟନାୟକ ଘଟଣା ସ୍ଥଳରେ ପହଞ୍ଚି ଶବକୁ ସମୁଦ୍ର କୂଳକୁ ଆଣି ଥିଲେ । ପରେ ଥାନା ଅଧିକାରୀ ପରେଶ କୁମାର ନାୟକ ଘଟଣା ସ୍ଥଳ ତଦନ୍ତ କରିବା ସହ ଏକ ମାମଲା ରୁଜୁ କରିବା ସହ ଶବ ଜବଦ କରି ବ୍ୟବଚ୍ଛେଦ ପାଇଁ ବାଲେଶ୍ୱର ସଦର ହସପିଟାଲକୁ ପଠାଇ ଥିବାର ଜଣାପଡ଼ିଛି । । ପୋଲିସ ପକ୍ଷରୁ ବରିପଦା ଗ୍ରାମର ଭିକ ମଳିକଙ୍କ ପୁଅ କାମା ମଳିକଙ୍କୁ ଥାନାକୁ ନେଇ ପଚାରା ଉଚୁରା କରୁଥିବାର ଜଣାପଡ଼ିଛି ।

Related Posts

About The Author

Add Comment