ସମାଜବାଦୀ ପାର୍ଟୀର ନେତାଙ୍କୁ ଅପହରଣ ପରେ ହତ୍ୟା କଲେ ନକ୍ସଲ

Spread the love

ବିଜାପୁର ୧୯ /୬ (ସନ୍ଧାନ ନିୟୁଜ) ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମାଓବାଦୀମାନେ ସମାଜବାଦୀ ପାର୍ଟୀର ଜଣେ ନେତାଙ୍କୁ ହତ୍ୟା କରିଥିବା ସୂଚନା ମିଲିଛି। ଖବର ମୁତାବକ ନକ୍ସଲ ପ୍ରଥମେ ନେତାଙ୍କୁ ଅପହରଣ କରାଯାଇଥିଲା। କିନ୍ତୁ ପରେ ଯୁବକଙ୍କୁ ହତ୍ୟା କରାଯାଇଛି। ସୂଚନା ମିଳିବାକ୍ଷଣି ପୁଲିସ ଘଟଣା ସ୍ଥଳରେ ପହଁଚିଛି। ସମାଜବାଦୀ ପାର୍ଟୀର ନେତାଙ୍କ ନାମ ସନ୍ତୋଷ ପୁନେମ ବୋଲି ଜଣାପଡ଼ିଛି। ସୂଚନା ମୁତାବକ ଗତ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟିରେ ବିଧାୟକ ପ୍ରାର୍ଥିୀ ଥିଲେ ପୁନେମ। କୁହାଯାଉଛିଯେ, ଲୋଦେଡ ଗ୍ରାମରେ ଚାଲୁଥିବା ସଡ଼କ ନିର୍ମାଣ କାର୍ଯ୍ୟକୁ ଦେଖିବା ପାଇଁ ଯାଇଥିଲେ। ଏହି ସମୟରେ ମାଓବାଦିମାନେ ଏହି ଜଘନ୍ୟ କାଣ୍ଡ ଘଟାଇଛନ୍ତି।  ଘଟଣାସ୍ଥଳରେ ଗୋଟିଏ ବୋଲେରୋ ସମେତ ୩ଟି ଟ୍ରକରେ ନିଆଁ ଲଗାଇଦେଇଛନ୍ତି। ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ପର୍ଯ୍ୟନ୍ତ ମାଓବାଦୀମାନେ ପରିଜନମାନଙ୍କୁ ମୃତକଙ୍କ ଶବ ଦେଇନାହାଁନ୍ତି।

Related Posts

About The Author

Add Comment