ସମସ୍ୟା ବୁଝିବାକୁ ଲୋକଙ୍କ ପାଖରେ ପହଁଚିଲେ ବିଧାୟକ

Spread the love

ଭଦ୍ରକ, ୧୨/୧୨ (ସନ୍ଧାନ ନିଉଜ) : ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଙ୍କ ଗେଲଟୁଆ ପଞ୍ଚାୟତ ବଗମରା ଗ୍ରାମକୁ ଗସ୍ତ l ବାଇକ ଦ୍ୱାରା ବିଧାୟକ ଗ୍ରାମବାସିଙ୍କ ଗହଣରେ ଗ୍ରାମର ବିଭିନ୍ନ ସମସ୍ୟା ବୁଲି ଦେଖିଥିଲେ l ନୂଆ ଆଦିବାସୀ କଲୋନୀ ଠାରୁ ଏକ ବାଇକ ଶୋଭାଯାତ୍ରାରେ ଦୀର୍ଘ 4 କିଲୋମିଟର ବୁଲି ଗ୍ରାମରେ ଲାଗିରହିଥିବା ରାସ୍ତା ସମସ୍ୟାକୁ ବୁଲି ଦେଖିଥିଲେ l ସୂଚନା ଯୋଗ୍ୟ ବଗମରା ଗ୍ରାମରେ 2000 ରୁ ଅଧିକ ଲୋକ ବସବାସ କରୁଥିବା ବେଳେ ଦୀର୍ଘଦିନ ଧରି ସେମାନଙ୍କ ରାସ୍ତା ସମସ୍ୟା ନେଇ ବାରମ୍ବାର ପ୍ରଶାସନ ଠାରୁ ଲୋକପ୍ରତିନିଧି ସମସ୍ତଙ୍କୁ ଗୁହାରି କରି ଆସୁଥିଲେ l କିନ୍ତୁ ସେମାନଙ୍କ କଥା କେହି କର୍ଣ୍ଣପାତ କରୁନଥିଲେ l ଶେଷରେ ଆଜି ଭଦ୍ରକର ନବ ନିର୍ବାଚିତ ବିଧାୟକ ସଞ୍ଜୀବ ମଲ୍ଲିକ ଗ୍ରାମର ସମସ୍ୟାକୁ ଅନୁଧ୍ୟାନ କରିବା ପାଇଁ ବଗମରାରେ ପହଞ୍ଚି ଥିଲେ l ଗ୍ରାମରେ ଲାଗିରହିଥିବା ସମସ୍ୟା ଉପରେ ବିଭାଗୀୟ ଅଧିକାରୀ ଙ୍କ ସହ ଫୋନରେ ଆଲୋଚନା କରିଥିଲେ l ଯେଉଁ ସମସ୍ୟା ଗୁଡିକ ରହିଛି ଖୁବ ଶୀଘ୍ର ସାମଧାନ କରିବା ନେଇ ପ୍ରତିଶୃତି ଦେଇଥିଲେ ବିଧାୟକ l ବିଧାୟକ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ଦୁଃଖ ବୁଝିଥିବାରୁ ଗ୍ରାମବାସୀଙ୍କ ମନରେ ଏକ ପ୍ରକାର ଉତ୍ସାହ ଦେଖା ଯାଇଥିଲା l ନିଜର ପ୍ରିୟ ବିଧାୟକଙ୍କୁ ପାଖରୁ ପାଇ ନିଜର ମନ କଥା କହିପାରିଥିବା ଗ୍ରାମବାସୀ ମାନେ ଖୁସି ଜାହିର କରିଥିଲେ l ବିଧାୟକଙ୍କ ସହ ଗେଲଟୁଆ ସରପଞ୍ଚ, ପୂର୍ବତନ ସରପଞ୍ଚ, ଚଣ୍ଡିଗାଁ ସମିତି ସଭ୍ୟ, ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡିଓ ଙ୍କ ସହ ବହୁ କର୍ମୀ ଯୋଗ ଦେଇଥିଲେ l

Related Posts

About The Author

Add Comment