ଯାଜପୁର/ଧର୍ମଶାଳା, ୧୭/୧୨ (ସନ୍ଧାନ ନିୟୁଜ/ସନ୍ତୋଷ ରାଉତ) ସୂର୍ଯ୍ୟ ଯେପରି ସକାଳେ ଶିତଳ କିରଣ ଦିଏ, ଖରାବେଳ ଦିଏ ଏବଂ ଚନ୍ଦ୍ର ଯେପରି ରାତ୍ରରେ ଶୀତଳ କିରଣ ଦିଏ ଆଉ ତାହାକୁ ଫୁଲ ଗ୍ରହଣ କରେ ସେହିଭଳି ସମସ୍ତ ଶିକ୍ଷାକୁ ଗ୍ରହଣ କରିବା ଦରକାର । ସମସ୍ତଙ୍କୁ ଭଲପାଇବା ଏବଂ ସମସ୍ତଙ୍କୁ ସ୍ୱୀକାର କରିବା ଦରକାର । ଏପରି କେତକ ମର୍ମସ୍ପର୍ଶୀ ବାଣୀରେ ନିଜର ବକ୍ତବ୍ୟ ରଖି ନୀଳସୁନ୍ଦର ଉଚ୍ଚବ୍ୟଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ କରିବା ଅବସରରେ ମତବ୍ୟକ୍ତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ । ପ୍ରଫେସର ଶ୍ରୀଯୁକ୍ତ ଲାଲ ସୂବର୍ଣ୍ଣ ଜୟନ୍ତୀ ଉସôବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ବିଶ୍ୱର ଯୁଆଡେ ଯିବ ବିଭିନ୍ନ ବାଣୀ ଶୁଣିବାକୁ ମିଳେ କିନ୍ତୁ ଜଗନ୍ନାଥଙ୍କ କଥା ମଧ୍ୟ ସବୁଠି ଚର୍ଚ୍ଚା ହୋଇଥାଏ । ପରେ ଗୀତାର କେତକ ଅର୍ଥକୁ ପ୍ରାଞ୍ଜଳ ଭାବରେ ପ୍ରଫେସର ଶ୍ରୀ ଲାଲ ବୁଝାଇଥିଲେ । ମୁଖ୍ୟ ବକ୍ତା ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଅରୁଣୁ କୁମାର ସାହୁ ଯୋଗଦେଇ ସୂବର୍ଣ୍ଣ ଜୟନ୍ତୀ ପାଳନ କରିବାରେ ଏବେ ମାନସିକତା କମି ଯାଉଛି ବୋଲି ମତପ୍ରଦାନ କରିଥିଲେ । ଏହାକୁ ଯିଏ ପାଳନ କରୁଛନ୍ତି ସେମାନେ ନିଜ ବିଦ୍ୟାଳୟକୁ ବହୁତ ଭଲ ପାଆନ୍ତି ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବରେ ଧର୍ମଶାଳାର ବିଧାୟକ ଶ୍ରୀଯୁକ୍ତ ପ୍ରଣବ ବଳବନ୍ତରାୟ ଯୋଗଦେଇ ରାଜ୍ୟ ସରକାରଙ୍କ ମୋ ସ୍କୁଲ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ମୁଖପତ୍ର ସ୍ୱର୍ଣ୍ଣସେତୁଙ୍କୁ ଅତିଥିମାନେ ଉଦଘାଟନ କରିଥିଲେ । ପୁରାତନ ଛାତ୍ରସଂସଦର କର୍ମଚାରୀ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ବହୁ ବିଶିଷ୍ଠ ଲୋକମାନେ ଯୋଗଦେଇଥିଲେ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେକନୀୟ ଅବଦାନ ପାଇଁ ବହୁ ବିଶିଷ୍ଠ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ବିଦ୍ୟାଳୟ ଖେଳ କୁଦ ଏବଂ ଅନ୍ୟାନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ରାଜ୍ୟପାଳ ଶ୍ରୀ ଲାଲ୍ ଟ୍ରଫି ପ୍ରଦାନ କରି ସମ୍ମାନୀତ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହା ଆସନ୍ତା କାଳି ଉଦଯାପନ ହେବ ।
ସମସ୍ତଙ୍କୁ ଭଲପାଇବା ଏବଂ ସମସ୍ତଙ୍କୁ ସ୍ୱୀକାର କରିବା ଦରକାର: ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍; ନୀଳ ସୁନ୍ଦର ଉଚ୍ଚବିଦ୍ୟାଳୟର ସୂବର୍ଣ୍ଣ ଜୟନ୍ତୀ ପାଳିତ
|
December 17, 2019 |