ସଭିଏଁ ସ୍କୁଲ ଯିବା ସଚେତନତା ରଥକୁ ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ସ୍ୱାଗତ

Spread the love

ଯାଜପୁର ସଦର, : ୯/୪/୨୬ (ସନ୍ଧାନ ନ୍ୟୁଜ ) ସରକାର ପ୍ରାଥମିକ ଶିକ୍ଷାର ବିକାଶ ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି | ଏହି ପରିପ୍ରେକ୍ଷୀରେ ଆଜି ଜୟଚଣ୍ଡୀ ନୋଡାଲ କ୍ଲଷ୍ଟର ପକ୍ଷରୁ ସଭିଏଁ ସ୍କୁଲ ଯିବା ସଚେତନତା ରଥଟିକୁ ଜୟଚଣ୍ଡୀ ନୋଡାଲ କ୍ଲଷ୍ଟରର ସିଆରସିସି ପ୍ରିୟରଞ୍ଜନ ଦାଶ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ଏହି ରଥ ଦୁବକଣ ନୋଡାଲ ଉପ୍ରା ବିଦ୍ୟାଳୟରେ ପ୍ରଥମେ ପହଞ୍ଚି ଥିବା ବେଳେ ରଥଟିକୁ ବିଦ୍ୟାଳୟ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇ ଥିଲା | ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିସୁନ ଟୁଡୁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜୟପ୍ରକାଶ ନାୟକ, ସହକାରୀ ଶିକ୍ଷକ ସୁରେନ୍ଦ୍ର କୁମାର ପଣ୍ଡା, ଉତ୍ପଳ କୁମାର ବିଶ୍ୱାଳ, ଶିକ୍ଷୟତ୍ରୀ ସୁଜାତା ସାହୁ, ଲଷ୍ମୀପ୍ରିୟା ପ୍ରଧାନ, ସ୍ନେହାଞ୍ଜଳି ଯେନା ପ୍ରମୁଖଙ୍କ ସମେତ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସଚେତନତା ରଥକୁ ସ୍ୱାଗତ କରିବା ସହ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ଯୋଜନା ଦ୍ୱାରା ସାଧାରଣ ଲୋକ ମାନେ ସଚେତନ ହୋଇପାରିବେ ବୋଲି କହିଥିଲେ | ପରେ ଏହି ରଥ କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟ ଗୁଡିକୁ ଯାଇଥିବା ବେଳେ ଶେଷରେ ଏହି ସଚେତନତା ରଥ କୟାଁଗୋଲା ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ଥିଲା | ସମସ୍ତ ବିଦ୍ୟାଳୟ ପକ୍ଷରୁ ବିଦ୍ୟାଳୟ ନିକଟରେ ରଥ ପହଞ୍ଚିବା ପରେ ରଥକୁ ବେଶ ସ୍ୱାଗତ କରାଯାଇଥିବା ଦେଖିବା ପାଇଁ ମିଳିଥିଲା |

Related Posts

About The Author

Add Comment