ସବୁଠୁ ଧନୀ ପ୍ରାର୍ଥୀ ହେଉଛନ୍ତି, ଭି ଚନ୍ଦ୍ରଶେଖର ନାଇଡୁ, ଆଉ ଗରିବ ପ୍ରାର୍ଥୀ ହେଉଛନ୍ତି ରାଜେନ୍ଦ୍ର କେନ୍ଦୁଲିକା

Spread the love

ଭୁବନେଶ୍ୱର, ୭/୪ (ସନ୍ଧାନ ନିୟୁଜ) ସବୁଠୁ ଧନୀ ପ୍ରାର୍ଥୀ ହେଉଛନ୍ତି, ଭି ଚନ୍ଦ୍ରଶେଖର ନାଇଡୁ, ଆଉ ଗରିବ ପ୍ରାର୍ଥୀ ହେଉଛନ୍ତି ରାଜେନ୍ଦ୍ର କେନ୍ଦୁଲିକା । ଇଲେକସନ୍ ୱାଚ୍ ରିପୋର୍ଟରୁ ଏହି ତଥ୍ୟ ସାମନାକୁ ଆସିଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଲଢ଼ୁଥିବା ପ୍ରାର୍ଥୀଙ୍କ ସଂପର୍କରେ ବିସ୍ତୃତ ବିବରଣୀ ପ୍ରକାଶ କରିଛି ଇଲେକସନ୍ ୱାଚ୍ । ବ୍ରହ୍ମପୁର, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଲୋକସଭା ଓ ଏହା ଅନ୍ତର୍ଗତ ବିଧାନସଭାରେ ପ୍ରଥମ ପର୍ଯ୍ୟାୟରେ ଅର୍ଥାତ ଆସନ୍ତା ୧୧ ତାରିଖରେ ମତଦାନ ହେବ ।

ସବୁଠୁ ଧନୀ ଲୋକସଭା ପ୍ରାର୍ଥୀ ଭି. ଚନ୍ଦ୍ରଶେଖର ନାଇଡୁ । ବ୍ରହ୍ମପୁର ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଭି. ଚନ୍ଦ୍ରଶେଖର ନାଇଡୁଙ୍କ ମୋଟ ସଂପତି ୩୬ କୋଟି ଟଙ୍କାରୁ ଅଧିକ । ଦ୍ୱିତୀୟ ସ୍ଥାନରେ ରହିଛନ୍ତି ନବରଙ୍ଗପୁର ଆସନରୁ ଲଢ଼ୁଥିବା ବିଜେପି ପ୍ରାର୍ଥୀ ବଳଭଦ୍ର ମାଝି । ତାଙ୍କର ସଂପତି ପରିମାଣ ୮ କୋଟି ୭୫ ଲକ୍ଷ ଟଙ୍କା । ସେହିପରି ତୃତୀୟ ସ୍ଥାନରେ ରହିଛନ୍ତି ଜୟରାମ ପାଙ୍ଗୀ । କୋରାପୁଟ ଆସନରୁ ବିଜେପି ଟିକେଟରେ ଲଢ଼ୁଥିବା ଜୟରାମଙ୍କ ସଂପତି ପରିମାଣ – ୪ କୋଟି ୧୯ ଲକ୍ଷ ଟଙ୍କା

Related Posts

About The Author

Add Comment