ସବଡେ଼ଗା ବ୍ଲକ ର ଚାରୋଟି ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ ଘୋଷିତ

Spread the love
ସୁନ୍ଦରଗଡ-୨୪/୦୫/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ)-: ପୂର୍ବରୁ କରୋନା ମହIମାରି ରୁ ରକ୍ଷା ପାଇବା ପାଇଁ ପଂଚାୟତ ତରଫରୁ ଜନସାଧାରଣଙ୍କୁ ଅନେକ ଥର ସରକାରଙ୍କ ତରଫରୁ କୋଭିଡ ନିୟମ ପାଳନ କରିବା ତଥା ସଚେତନ ପାଇଁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଏବଂ ନୋଟିସ ଦ୍ୱାରା ଅବଗତ କର ଯାଇଥିଲେ ମଧ୍ୟ ବହୁ ସଂଖ୍ୟାରେ ଲୋକେ ଏହାର ଅବମାନନା କରିବାର ସୂଚନା ମିଳୁଛି I ଫଳରେ ଏହି କରୋନା ରୂପକ ମହାଦାନବ ମଣିଷ ଦେହରେ ପଶି ବଂଶବିସ୍ତାର କରିବାରେ ଲାଗିଛି I ଯଦିଓ ସରକାରଙ୍କର ଅନେକ କଣ୍ଟାକ ଟ୍ରେସିଙ୍ଗ, ଲକଡାଉନ ଓ ସଟଡାଉନ ଶେଷ ପାହାଚରେ ପହଞ୍ଚିଥିଲେ ମଧ୍ୟ ଜୀବନ ବଞ୍ଚିବାର ଅସମର୍ଥ ହେବାରେ ବ୍ୟଭିଚାର ହେଉଛି I ହେଲେ  ମଧ୍ୟ ଅନେକାଂଶରେ ନିୟନ୍ତ୍ରଣ ଅନାୟତ ହୋଇ ପଜିଟିଭ ସଂଖ୍ୟା ନିୟନ୍ତ୍ରଣ ବାହାରକୁ ଯାଉଛି I ଏହି କାରଣରୁ ସବଡେ଼ଗା ବ୍ଲକ ର ୧୪ ଟି ଗ୍ରାମ କୁ ମାଇକ୍ରୋ କଣ୍ଟଇନମେଣ୍ଟାଲ ଜୋନ ଘୋଷଣା କରI ଯାଇଛି I ଏହା ଆସନ୍ତା ୨୫/୦୫/୨୦୨୧ ସକାଳ ୬ ଟାରୁ ୧/୦୬/୨୧୨୧ ସକାଳ ୬ ତା ଯାଏ ଵଲବତ୍ତ ରହିବ I ଏହି ସମୟରେ କୌଣସି ଜନସାଧାରଣ ନିୟମ ର ଉଲଂଘନ କଲେ ତା ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି I

Related Posts

About The Author

Add Comment