ସବଡେ଼ଗା, ୭/୭/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ)- ଆଜି ସବଡେ଼ଗା ବ୍ଲକ ଅନ୍ତର୍ଗତ ଲତଡ଼େଗା ଗ୍ରାମରେ ଏମ ଆର ଜି ଏ ହର୍ଟିକଲଚର ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଥିଲା l ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସବଡେ଼ଗା ବ୍ଲକ ର ନୂତନ ବିଡ଼ିଓ ଶ୍ରୀମତୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା , ସବଡେ଼ଗା ସରପଞ୍ଚ ଶ୍ରୀମତୀ ସୁଜାତା ଲାକ୍ରା ତଥା ହର୍ଟିକଲଚର ଡିପାର୍ଟମେଣ୍ଟ ର ମୁଖ୍ୟ କର୍ମଚାରୀ ଉପସ୍ଥିତ ରହି ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ସଫଳତା ର ସହ ସମାପନ କରିଥିଲେ l ହର୍ଟିକଲଚର ଡିପାର୍ଟମେଣ୍ଟ ତରଫରୁ ୨୦୦ ଟି ଉନ୍ନତ କିସମର ଆମ୍ବ ଗଛ ତଥା ୨୦୦ ଟି ଉନ୍ନତ କିସମର କାଜୁ ଗଛ ଲଗାଯାଇଥିଲା l ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଗ୍ରାମବାସୀ ମାନେ ବହୁତ ପ୍ରଂଶସା କରିଥିଲେ ତଥା ଆଗାମୀ ଦିନରେ ବି ଏପରି କାର୍ଯ୍ୟକ୍ରମ ବଜାୟ ରହୁ ବୋଲି ଗ୍ରାମବାସୀ ମାନେ ଆଶାପ୍ରକାଶ କରିଛନ୍ତି I
ସବଡେ଼ଗା ବ୍ଲକ ଅନ୍ତର୍ଗତ ଲତଡ଼େଗା ଗ୍ରାମରେ ଏମ ଆର ଜି ଏ ହର୍ଟିକଲଚର ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
|
July 7, 2021 |


